ଜୟପୁରରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି: ସାମାଜିକ ଦୂରତା ବଜାୟ ରଖିବାକୁ ଦେଲେ ପରାମର୍ଶ

ଜୟପୁର,୧୬ା୪(ଡି.ଏନ୍‌.ଏ.): ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସାଫିନ୍‌ ଅହମ୍ମଦ ଏବଂ କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୋ ଜୟପୁର, କୋରାପୁଟ ସହର ବୁଲି ସମୀକ୍ଷା କରିଛନ୍ତି। ଜିଲାରେ ସମସ୍ତେ ସାମାଜିକ ଦୂରତା ବଜାୟ ରଖୁଛନ୍ତି। ମାତ୍ର ଏହାକୁ କଡାକଡ଼ି ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ସେହିପରି ଡିଆଇଜିଙ୍କ ଅନ୍ତର୍ଗତ ୬ଟି ଜିଲା ମଧ୍ୟରୁ କେବଳ କଳାହାଣ୍ଡିରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା ବେଳେ ଅନ୍ୟ ଜଣେ ଚିକିତ୍ସିତ ହେଉଥିବା ଡିଆଇଜି ସୂଚନା ଦେଇଛନ୍ତି।