ଜୋର୍‌ କା ଝଟ୍‌କା

ଚଳିତ ମାସ ୨୦ରେ ରିଲିଜ୍‌ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ଜୋର୍‌ କା ଝଟ୍‌କା’। କମେଡିଭିତ୍ତିକ ଏହି ଫିଲ୍ମଟିର କାହାଣୀରେ ଏଭଳି ମସଲା ରହିଛି, ଯାହା ଯୁବପିଢ଼ିଙ୍କୁ ନିଶ୍ଚୟ ପ୍ରଭାବିତ କରିବ ବୋଲି ଆଶା ରଖିଛନ୍ତି ନବାଗତ ପ୍ରଯୋଜକ ଅଶୋକ ବେହେରା ଏବଂ ଶିବାନୀ ବେହେରା। ‘ଫିଲ୍ମରେ କେବଳ ହାସ୍ୟରସ ନୁହେଁ, ଲଭ୍‌, ଇମୋଶନ ମଧ୍ୟ ରହିଛି। କାହାଣୀର ପ୍ରତିଟି ଭାଗକୁ ସମାନ ଗୁରୁତ୍ୱ ଦିଆଯାଇଛି।’ କେବଳ କାହାଣୀ ନୁହେଁ, ଅଭିଜିତ୍‌ ମଜୁମ୍‌ଦାରଙ୍କ ଗୀତ ବେଶ୍‌ ଶ୍ରୁତିମଧୁର ହୋଇଛି ବୋଲି କହନ୍ତି ଏହାର ନିର୍ଦ୍ଦେଶକ ପିନୁ ନାୟକ। ଏହି ଚଳଚ୍ଚିତ୍ରରେ ଦୀପକ-ପିଙ୍କି ପ୍ରିୟଦର୍ଶିନୀ ଯୋଡ଼ିକୁ ଦେଖିବାକୁ ମିଳିବ। ଏହାବ୍ୟତୀତ ହାସ୍ୟାଭିନେତା ହରିହର ମହାପାତ୍ର ଏବଂ ପ୍ରଜ୍ଞାଙ୍କୁ ଏକ ଭିନ୍ନ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ। ତେବେ ‘ଜୋର୍‌ କା ଝଟ୍‌କା’ ଦର୍ଶକଙ୍କୁ କେତେ ଝଟ୍‌କା ଦେଉଛି, ତାହା ଦେଖିବାକୁ ବାକି ରହିଲା।

Share