ଜୋର୍‌ରେ ହସିଲେ ହୋଇପାରେ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଏବେ ସମସ୍ତେ ସତର୍କ। ସେଥିପାଇଁ ଏବେ ସମସ୍ତେ ସାନିଟାଇଜ୍‌ ସହ ସାମାଜିକ ଦୂରତା ଉପରେ ଜୋର ଦେଉଛନ୍ତି। କିନ୍ତୁ କରୋନା ସଂକ୍ରମଣ ବ୍ୟକ୍ତି ଜୋର୍‌ରେ ହସୁଥିବାବେଳେ ବି ରୋଗ ସଂକ୍ରମଣ ହେବାର ସମ୍ଭାବନା ରହିଛି। ଆଇସିଏମଆର୍‌ ଏବଂ ଏମ୍ସ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ୍‌ ଲାଇନ୍‌ରୁ ଏହା ଜଣାପଡ଼ିଛି। ବିଭିନ୍ନ ଅନୁସନ୍ଧାନରୁ ବି ଏହା ଜଣାପଡ଼ିଛି।
ନୂଆ ଗାଇଡ୍‌ ଲାଇନ୍‌ ଅନୁସାରେ ଜୋର୍‌ରେ ହସିବା ସମୟରେ କରୋନା ଭାଇରସ୍‌ ଡ୍ରପଲେଟ୍‌ ମାଧ୍ୟମରେ ବାହାରକୁ ବାହାରିଥାଏ ଏବଂ ଆଖପାଖରେ ଥିବା ଲୋକଙ୍କୁ ସଂକ୍ରମିତ କରିଥାଏ। କିଛି ଦିନ ତଳେ ଚାଇନାର ବିଶେଷଜ୍ଞମାନେ ମତ ଦେଇଥିଲେ କି ସଂକ୍ରମିତ ବ୍ୟକ୍ତିର ମଳରେ ବି କରୋନା ଭାଇରସ୍‌ ଅନେକ ଦିନ ପର୍ଯ୍ୟନ୍ତ ରହିଥାଏ। ପୂର୍ବ ଗାଇଡ୍‌ ଲାଇନ୍‌ ଅନୁସାରେ କାଶ, ଛିଙ୍କ ହେଲେ ରୁମାଲ ଦେଇ ଛିଙ୍କନ୍ତୁ। ଦେହରେ କିମ୍ବା ମୁହଁରେ ହାତ ଲଗାନ୍ତୁ ନାହିଁ। ତେଣୁ ଭଲଭାବେ ହାତ ଧୋଇବା ସହ ସାନିଟାଇଜ୍‌ ଉପରେ ଗୁରୁତ୍ୱ ଦେବା ଉଚିତ୍‌। ସେହିପରି ମଦ କିମ୍ବା ଧୁମ୍ରପାନ ବି କରିବା ଉଚିତ୍‌ ନୁହେଁ। କାରଣ ଏହା ଫଳରେ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବହୁତ କମି ଯାଇଥାଏ। ରକ୍ତଚାପ ରୋଗୀ ଖୁବ୍‌ କମ୍‌ ଲୁଣ ଖାଆନ୍ତୁ। ଏହିପରି ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥାକୁ ମାନିବା ଉଚିତ୍‌।

Share