Posted inଜାତୀୟ

ଜୈବିକ ଯୁଦ୍ଧାସ୍ତ୍ରରୁ ‘କରୋନା’

ନୂଆଦିଲ୍ଲୀ,୪ା୨(ଆଇଏଏନ୍‌ଏସ୍‌): ପ୍ରାଣୀଠାରୁ ସୃଷ୍ଟ ବୋଲି କୁହାଯାଉଥିବା ମାରାତ୍ମକ କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହାର କେନ୍ଦ୍ରସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ ନେଇ ଏବେ ଏକ ନୂଆ ତଥ୍ୟ ପଦାକୁ ଆସିଛି। ଯେଉଁଠାରୁ ଏହି ଭୂତାଣୁ ବ୍ୟାପିଛି, ସେଠାରେ ଗୋପନରେ ଚାଇନା ଜୈବିକ ଯୁଦ୍ଧାସ୍ତ୍ର କାର୍ଯ୍ୟକ୍ରମ ଚଳାଇଥିଲା। ସେହି ଗବେଷଣାଗାରରୁ ଉକ୍ତ ଭୂତାଣୁ ବାହାରି ଆସିଥିବା ସନ୍ଦେହ କରାଯାଉଛି। ଇସ୍ରାଏଲ୍‌ର ଜଣେ ଜୈବଅସ୍ତ୍ର ବିଶେଷଜ୍ଞଙ୍କ ସୂଚନାକୁ ଆଧାର କରି ଏକ ବୈଦେଶିକ ଗଣମାଧ୍ୟମ ଏହା ପ୍ରକାଶ କରିଛି।
ଉକ୍ତ ରିପୋର୍ଟ ଅନୁଯାୟୀ, ରେଡିଓ ଫ୍ରି ଏସିଆ ଗତ ସପ୍ତାହରେ ଉହାନ ଟେଲିଭିଜନର ୨୦୧୫ ରିପୋର୍ଟକୁ ପୁନଃପ୍ରସାରଣ କରିଥିଲା। ଚାଇନାର ଅତ୍ୟାଧୁନିକ ଭୂତାଣୁ ଗବେଷଣା ଲାବରେଟୋରୀ ‘ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’ ଏଥିରେ ପ୍ରଦର୍ଶିତ ହୋଇଥିଲା। ଚାଇନାରେ ମାରାତ୍ମକ ଭୂତାଣୁ ଉପରେ କାର୍ଯ୍ୟ କରିବା ପାଇଁ ଏହା ଏକମାତ୍ର ସକ୍ଷମ ଗବେଷଣାଗାର ଘୋଷିତ ହୋଇଛି। ସେଠାର ଜୈବିକ ଯୁଦ୍ଧାସ୍ତ୍ର ସମ୍ପର୍କରେ ଅଧ୍ୟୟନ କରିଥିବା ଇସ୍ରାଏଲ ସୈନ୍ୟବାହିନୀର ପୂର୍ବତନ ଗୋଇନ୍ଦା ଅଧିକାରୀ ଡାନି ଶୋହମ୍‌ଙ୍କ କହିବା ଅନୁଯାୟୀ, ଉକ୍ତ ଅନୁଷ୍ଠାନ ସହ ବେଜିଂର ଗୋପନ ଜୈବିକ ଯୁଦ୍ଧାସ୍ତ୍ର କାର୍ଯ୍ୟକ୍ରମର ସମ୍ପର୍କ ରହିଛି। ଉକ୍ତ ଅନୁଷ୍ଠାନର କେତେକ ଲାବ୍‌ରେ ଜୈବିକ ଯୁଦ୍ଧାସ୍ତ୍ରର ଗବେଷଣା ଓ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା ବୋଲି ଶୋହମ୍‌ ଓ୍ବାଶିଂଟନ ଟାଇମ୍ସକୁ କହିଛନ୍ତି। ଇସ୍ରାଏଲ ସୈନ୍ୟବାହିନୀରେ ଲ୍ୟୁଟ୍‌ନାଣ୍ଟ କଲୋନେଲ୍‌ ପାହ୍ୟା ପଦବୀରେ ଥିବା ଶୋହମ୍‌ ୧୯୭୦ରୁ ୧୯୯୧ ମଧ୍ୟରେ ମଧ୍ୟପ୍ରାଚ୍ୟ ଓ ବିଶ୍ୱରେ ଜୈବ ଓ ରସାୟନ ଯୁଦ୍ଧାସ୍ତ୍ର ସମ୍ପର୍କରେ ଗୋଇନ୍ଦା ଅନୁଧ୍ୟାନ ଚଳାଇଥିଲେ। ଚାଇନା ଜୈବିକ ଯୁଦ୍ଧାସ୍ତ୍ର ଖବରକୁ ଅସ୍ବୀକାର କରିଆସିଛି। ତେବେ ବେଜିଂ ଗୋପନ ଜୈବଅସ୍ତ୍ର କାର୍ଯ୍ୟରେ ସମ୍ପୃକ୍ତ ଥିବା ଗତବର୍ଷ ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଥିଲା।
ଚାଇନାର ହୁବେଇ ପ୍ରଦେଶରୁ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲାବେଳେ ଏହା କେଉଁଠୁ ସୃଷ୍ଟି ହେଲା ତାହା ଜଣାପଡି ନ ଥିବା ବେଜିଂ କହିଆସୁଛି। ଉହାନର ଏକ ସାମୁଦ୍ରିକ ଖାଦ୍ୟ ବଜାରରେ ବିକ୍ରି ହେଉଥିବା ବନ୍ୟପ୍ରାଣୀଠାରୁ ଏହି ଭୂତାଣୁ ସୃଷ୍ଟି ହୋଇଥିବା ପ୍ରାଥମିକ ସୂଚନା ମିଳିଛି ବୋଲି ଚାଇନାର ରୋଗ ନିୟନ୍ତ୍ରଣ ଓ ପ୍ରତିକାର କେନ୍ଦ୍ରର ନିର୍ଦ୍ଦେଶକ ଗାଓ ଫୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଜୈବିକ ଯୁଦ୍ଧାସ୍ତ୍ର ପ୍ରସାରଣ ପାଇଁ ଏହା ଆମେରିକା ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ଚାଇନା ଇଣ୍ଟରନେଟ ମାଧ୍ୟମରେ ମିଥ୍ୟା ଗୁଜବ ପ୍ରସାର କରୁଥିବାରୁ ଏହା ସନ୍ଦେହ ଘେରକୁ ଆସିଛି ବୋଲି ଆମେରିକାର ଜଣେ ଅଧିକାରୀ କହିଛନ୍ତି। ଉହାନ ଲାବରେଟୋରିରୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଅଭିଯୋଗ ଆସିଲେ, ତାକୁ ପ୍ରତିହତ କରିବା ଲାଗି ଏହା ଚାଇନାର ଯୋଜନାବଦ୍ଧ ପ୍ରସ୍ତୁତି ବୋଲି ସେ କହିଛନ୍ତି।
ଚାଇନାରେ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୩୬୧ରେ ପହଞ୍ଚତ୍ଥିବାବେଳେ ୧୭,୨୦୫ ଜଣ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ଭାରତ ସମେତ ୨୫ଟି ଦେଶକୁ ବ୍ୟାପିଲାଣି। ଆମେରିକା ସେଠାକୁ ଯାତାୟାତରେ କଟକଣା ଲଗାଇବା ସହ ନିଜ ନାଗରିକ ଓ କୂଟନୀତିଜ୍ଞମାନଙ୍କୁ ନେଇଯାଇଛି। ଆମେରିକା କରୋନାକୁ ନେଇ ଆତଙ୍କର ବାତାବରଣ ସୃଷ୍ଟି କରୁଥିବା ବେଜିଂ ସୋମବାର ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri