Categories: ମେଟ୍ରୋ

ଜେ.କେ. ମହାନ୍ତି ହେଲେ ଏଚ୍‌ଏଆଇର ଅବୈତନିକ ସଚିବ

ଭୁବନେଶ୍ୱର,୨୫ା୧(ବ୍ୟୁରୋ): ହୋଟେଲ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏଚ୍‌ଏଆଇ)ର ୨୩ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ଗତ ୨୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବେଳେ ଆସୋସିଏଶନ୍‌ର ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ଦି’ ଇଣ୍ଡିଆନ୍‌ ହୋଟେଲ୍ସ କମ୍ପାନୀ ଲିମିଟେଡ୍‌ ତଥା ତାଜ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ପୁନିତ ଛଟଓ୍ବାଲ ଆସୋସିଏଶନର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ହୋଟେଲ ଆସୋସିଏସନ ଅଫ୍‌ ଇଣ୍ଡିଆର ପୂର୍ବତନ ସଭାପତି ତଥା ଓବରୟ ଗ୍ରୁପ୍‌ର ଏମ୍‌ଡି ଓ ସିଇଓ ବିକ୍ରମ ଓବରୟଙ୍କଠାରୁ ଛଟଓ୍ବାଲ୍‌ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେହିଭଳି ର଼୍ୟାଡିସନ୍‌ ଗ୍ରୁପ୍‌ ଅଫ୍‌ ହୋଟେଲ୍ସର ପ୍ରିନ୍ସିପାଲ୍‌ ଆଡ୍‌ଭାଇଜର କେ.ବି. କଚ୍‌ରୁ ଉପସଭାପତି ଭାବେ ମନୋନୀତ ହୋଇଥିବାବେଳେ ଲେମନ୍‌ ଟ୍ରି ହୋଟେଲ୍ସର ସିଏମ୍‌ଡି ପଟୁ କେଶ୍ୱାନୀ ଅବୈତନିକ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ଓଡ଼ିଶାର ଆଗଧାଡ଼ିର ହୋଟେଲିୟର ତଥା ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ.କେ. ମହାନ୍ତି ହୋଟେଲ ଆସୋସିଏଶନ ଅଫ୍‌ ଇଣ୍ଡିଆର ଅବୈତନିକ ସଚିବ ଭାବେ ନିର୍ବାଚିତ ହୋଇଛନ୍ତି। ଟଲେରା ହସ୍ପିଟାଲିଟିର ଅଧ୍ୟକ୍ଷ ସୁରେଶ ଏମ୍‌. ଟଲେରା ପୂର୍ବରୁ ଏହି ପଦବୀରେ ଥିଲେ। ଏହି ଆସୋସିଏସନ ଭାରତର ପ୍ରମୁଖ ହୋଟେଲ ଗ୍ରୁପ୍‌ର ୮ଜଣ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ନୂତନ ଭାବେ ଗଠିତ ହୋଇଥିବା ଏହି କମିଟି ୨୦୨୧ ମସିହା ପର୍ଯ୍ୟନ୍ତ ଦାୟିତ୍ୱରେ ରହିବ।