ଢେଙ୍କାନାଳ ଅଫିସ,୨୨ା୬(ରତନ ନାୟାର)ଏକ ଅବକାରୀ ମାମଲାରେ ଗିରଫ ହୋଇ ଢେଙ୍କାନାଳ ଜିଲା କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ବୁଧବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ ସଦର ଥାନା ବେଶାଳିଆ ଗ୍ରାମର ଅଥାନି ଦେହୁରୀ (୪୨)। ଅଥାନିଙ୍କୁ ପିଟି ପିଟି ମାରିଦିଆଯାଇଥିବା ତାଙ୍କ ସ୍ତ୍ରୀ ଝରଣା ଅଭିଯୋଗ କରିଥିବାବେଳେ ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି। ଏହି ଘଟଣାକୁ ନେଇ ମୃତକଙ୍କ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ପୋଲିସ ସୂଚନା ଅନୁଯାୟୀ, ଚୋରା ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ଜିଲା ଅବକାରୀ ବିଭାଗ ଗତ ୧୯ ତାରିଖରେ ବେଶାଳିଆ ଗ୍ରାମରେ ଚଢ଼ାଉ କରି ଅଥାନିଙ୍କୁ ଗିରଫ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ବୁଧବାର ସକାଳ ୬ଟା ୧୫ରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୪ଟା ୧୫ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ମୃତ ଅଥାନିଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ମେଡିକାଲରେ ପହଞ୍ଚତ୍ ହୋହଲ୍ଲା କରିଥିଲେ। ଗ୍ରାମରେ ମଧ୍ୟ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ସୂଚନା ପାଇ ଟାଉନ ଥାନା ପୋଲିସ ମେଡିକାଲରେ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିବା ସହ ଜେଲରେ ତଦନ୍ତ କରିଛି। ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଯାଇଛି। ପ୍ରାଥମିକ ଭାବେ ଏ ନେଇ ନଂ. ୨୯/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
ଅନ୍ୟପଟେ ଅଥାନିଙ୍କ ସ୍ତ୍ରୀ ଝରଣା ଅଭିଯୋଗ କରି କୁହନ୍ତି, ସ୍ବାମୀ ମଦ ବେପାର କରୁ ନ ଥିଲେ। ତାଙ୍କୁ ମିଥ୍ୟା କେସ୍ରେ ଫସାଇ ଜବରଦସ୍ତ ଜେଲରେ ଭର୍ତ୍ତି କରାଯାଇଥିଲା। ହାଜତରେ ତାଙ୍କୁ ପିଟି ପିଟି ମାରି ଦିଆଯାଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ କରି ନ୍ୟାୟ ଦେବାକୁ ଝରଣା ଦାବି କରିଛନ୍ତି। ଅଭିଯୋଗର ପ୍ରତିକ୍ରିୟାରେ ଜିଲା ଜେଲ ଅଧୀକ୍ଷକ ପ୍ରସନ୍ନ କୁମାର ସାହୁ କୁହନ୍ତି, ଜେଲ ହାଜତକୁ ଆସିବା ଦିନ ଅର୍ଥାତ୍ ଗତ ୧୯ ତାରିଖ ସନ୍ଧ୍ୟାରେ ଖାଇବା ପରେ ଅଥାନି ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ହାଜତ ପରିସରରେ ଥିବା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବୁଧବାର ସକାଳେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୪ଟା ୧୫ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ସ୍ପଷ୍ଟ ହୋଇଯିବ। ଅନ୍ୟପଟେ ଜେଲରେ ମାଡ଼ ମରାଯାଇଥିବା ଅଭିଯୋଗକୁ ଜେଲ ଅଧୀକ୍ଷକ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ଜେଲ ପରିସରରେ ଏଭଳି ଘଟଣା ଘଟିଛି। ତେଣୁ ନିଶ୍ଚିତ ଏଭଳି ଅଭିଯୋଗ ଉଠିବ। ହେଲେ ତାଙ୍କୁ କୌଣସି ପ୍ରକାର ମାରପିଟ୍ କରାଯାଇ ନ ଥିବା ସେ ସ୍ପଷ୍ଟୀକରଣ ଦେଇଛନ୍ତି।
Posted inHome, Home Left, ଆମ ଜିଲା ଖବର, ଢେଙ୍କାନାଳ View All
ବାମଣ୍ଡା କପ୍ କ୍ରିକେଟ୍: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ
ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...
ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ
ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...
ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍ରେ ବ୍ରହ୍ମପୁର ବିଜୟୀ
ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...
ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ
କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...
ୟୁକ୍ରେନ୍କୁ ବଡ଼ ଚେତାବନୀ ଦେଲେ ପୁଟିନ୍
ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଫ୍ଲୋରିଡ଼ାରେ...
ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୨୮ା୧୨: ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...
ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା
ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...
ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ
ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...
Archives


