Categories: ଜାତୀୟ

ଜେଲ ଗଲେ ଆଇଏଏସ୍‌ ଅଫିସର

ଥିରୁଭାନନ୍ଥପୁରମ୍‌,୫ା୮(ପି.ଟି.) :ଆଇଏଏସ୍‌ ଅଫିସର ଶ୍ରୀରାମ ଭେଙ୍କିଟରମନ୍‌ଙ୍କ କାର୍‌ ଧକ୍କାରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ଜେଲ୍‌ ପଠାଇଦିଆଯାଇଛି। ଗିରଫ ଆଇଏଏସ୍‌ ଅଫିସରଙ୍କୁ ଏକ ଘରୋଇ ହସ୍ପିଟାଲରେ ପଞ୍ଚତାରକା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ତେବେ ରିମାଣ୍ଡରେ ଥିବା ଜଣେ ଅଭିଯୁକ୍ତଙ୍କୁ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ଉପରେ ଚାପ ବଢ଼ିବାରୁ ତାଙ୍କୁ ରବିବାର ଜେଲ୍‌ ପଠାଇଦିଆଯାଇଛି। ଆଇଏଏସ୍‌ ଅଧିକାରୀ ଜଣକ ନିଶାସକ୍ତ ଅବସ୍ଥାରେ କାର ଚଳାଉଥିବାବେଳେ ମାଲାୟଲମ ଖବରକାଗଜ ‘ସିରାଜ’ର ଥିରୁଭାନନ୍ଥପୁରମ୍‌ ବ୍ୟୁରୋ ଚିଫ୍‌ କେ. ମହମ୍ମଦ ବଶିର୍‌ (୩୫)ଙ୍କୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ବଶିରଙ୍କର ମୃତ୍ୟୁ ହୋଇଥିଲା।

Share