ଜେଲରେ ଜଗବନ୍ଧୁଙ୍କୁ ଦେଖି କାନ୍ଦିଲେ ଅର୍ଚ୍ଚନା

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ):ବଡ଼ବଡ଼ିଆ, ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ବ୍ୟବସାୟୀ, ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ହନିଟ୍ରାପ୍‌ର ମାୟାଜାଲରେ ଫସାଇ ବିପୁଳ ଅର୍ଥ ହଡ଼ପ କରିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଦିନ କାଟୁଛନ୍ତି ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ। ତେବେ ଉଭୟ ଦମ୍ପତି ଜେଲ ମାନୁଆଲ ଅନୁଯାୟୀ ରବିବାର ଝାରପଡ଼ା କାରାଗାରରେ ୧୫ ମିନିଟ୍‌ ଦେଖାସାକ୍ଷାତ୍‌ ହୋଇଛନ୍ତି। ଜେଲରଙ୍କ ଉପସ୍ଥିତିରେ ଉଭୟ ଭେଟ ହୋଇ ୧୫ ମିନିଟ୍‌ କଥା ହୋଇଛନ୍ତି। ଏହି ସମୟରେ ଜଗବନ୍ଧୁଙ୍କୁ ଦେଖି ଅର୍ଚ୍ଚନା କାନ୍ଦି ପକାଇଥିଲେ ବୋଲି ଚର୍ଚ୍ଚା ହେଉଛି। ସ୍ବାସ୍ଥ୍ୟ, ମାନସିକ ଅବସ୍ଥା ଆଦି କେମିତି ଅଛି ଅର୍ଚ୍ଚନାଙ୍କୁ ସ୍ବାମୀ ଜଗବନ୍ଧୁ ପଚାରି ବୁଝିଛନ୍ତି। ଏହି ଦେଖାସାକ୍ଷାତ୍‌ ସମୟରେ ଜଗବନ୍ଧୁ ଅର୍ଚ୍ଚନାଙ୍କୁ ଆଶ୍ୱାସନା ଦେବା ସହ ସବୁ ଠିକ୍‌ ହୋଇଯିବ ବୋଲି ବୁଝାଇଥିଲେ। ଅନ୍ୟପକ୍ଷରେ ଗତବର୍ଷ ଧନ୍‌ତେରସ ଦିନରେ ବହୁ ଅଳଙ୍କାର କିଣିବା ସହିତ ଉଭୟ ଯେପରି ମହା ଆଡ଼ମ୍ବରରେ ପାଳନ କରିଥିଲେ, ସେହିଦିନକୁ ମନେ ପକାଇଥିବା ଜଣାପଡ଼ିଛି। ଅର୍ଚ୍ଚନା ଓ ଜଗବନ୍ଧୁଙ୍କର ବହୁ ଫଟୋ ଭାଇରାଲ ହୋଇଥିଲା। ଏକାଧିକ ଫଟୋରେ ଉଭୟ ବହୁ ଟଙ୍କାର ଦାମୀ ଅଳଙ୍କାର ପିନ୍ଧିଥିଲେ। ସେପଟେ ଆର୍‌ବିଆଇ ପକ୍ଷରୁ କମିଶନରେଟ ପୋଲିସକୁ ଦିଆଯାଇଥିବା ବ୍ୟାଙ୍କ ତଥ୍ୟରେ ଏକ ବଡ଼ କଥା ସାମ୍ନାକୁ ଆସିଛି। ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିବା ଜଣେ ବିଲ୍ଡରଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଯାଇଥିବା ଜଣାପଡ଼ିଛି। ଏପରିକି ଏକାଧିକ ବ୍ୟକ୍ତିଙ୍କ ସହ ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ନିକଟରେ ଲକ୍ଷାଧିକ ଟଙ୍କା ନେଣଦେଣ ହୋଇଥିବା ପୋଲିସ ଜାଣିବାକୁ ପାଇଛି। ପୋଲିସ ଉକ୍ତ ବ୍ୟକ୍ତିମାନଙ୍କୁ ଜେରା କରିବାକୁ ପ୍ରୟାସ ଆରମ୍ଭ କରିଛି। ଆର୍ଥିକ କାରବାର ହୋଇଥିବା ୫ରୁ ଅଧିକ ଲୋକଙ୍କୁ ପୋଲିସ ପଚରାଉଚରା କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri