ଜେନେଭାରେ ପାକିସ୍ତାନକୁ ଅପମାନ: ଲାଗିଲା ‘ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀଙ୍କ ଆଡ୍ଡା’ ଲେଖାଥିବା ପୋଷ୍ଟର

ଜେନେଭା,୨୯।୨: ସ୍ବିଜରଲ୍ୟାଣ୍ଡର ଜେନେଭାରେ ୟୁନାଇଟେଡ ନେଶନନ୍ସ ହ୍ୟୁମାନ ରାଇଟ୍ସ କାଉନସିଲ୍‌ (ୟୁଏନ୍‌ଏଚ୍‌ଆର୍‌ସି)ର ୪୩ ତମ ଅଧିବେଶନ ଅବସରରେ ବ୍ରୋକେନ୍‌ ଚେୟାର ସ୍ମାରକ ନିକଟରେ ପାକିସ୍ତାନକୁ ଅପମାନ କଲାଭଳି ଏକ ପୋଷ୍ଟର ଲଗାଯାଇଛି। ଉକ୍ତ ପୋଷ୍ଟରରେ ପାକିସ୍ତାନ ସେନା ଅନ୍ତରାଷ୍ଟ୍ରୀୟ ଆତଙ୍କବାଦର କେନ୍ଦ୍ର ବୋଲି ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଆମେରିକା ସମେତ ଆଉ କିଛି ଦେଶ ପାକିସ୍ତାନକୁ ଆତଙ୍କବାଦୀଙ୍କ ସୁରକ୍ଷିତ ସ୍ଥାନ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପାକିସ୍ତାନର ଆତଙ୍କବାଦୀ ଗତିବିଧିକୁ ନେଇ ଖୋଲାଖୋଲି ଆଲୋଚନା ମଧ୍ୟ କରିଛନ୍ତି। ଏମିତିକି ଭାରତ ଅନେକ ଥର କହିଛି ପାକିସ୍ତାନ ଆତଙ୍କବାଦୀଙ୍କୁ ସହଯୋଗ କରିବା ଛାଡିଦେଲେ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ସମ୍ଭବ ହେବ। ଏମିତିକି ୯/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସ୍ପଷ୍ଟ ହୋଇଥିଲା କି ପାକିସ୍ତାନ ହେଉଛି ଆତଙ୍କବାଦୀଙ୍କ ଆଡ୍ଡା ସ୍ଥଳ। ଉତ୍ତର ବଜରିସ୍ଥାନ ଅଞ୍ଚଳ ଯାହା ଆଫଗାନିସ୍ତାନ ସୀମାକୁ ଲାଗି ରହିଛି ଏହା ଅଲ-କାଏଦା ଓ ତାଲିବାନ ଆତଙ୍କବାଦୀଙ୍କ ଆଡ୍ଡା ସ୍ଥଳ ବୋଲି କୁହାଯାଏ।

Share