Posted inପୁରୀ

ଜେନା ସାହିରେ ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୧୨ ବଖରା

ପିପିଲି,୪ା୬(ଡି.ଏନ୍‌.ଏ./ସ୍ବ.ପ୍ର.)-ପୁରୀ ଜିଲା ପିପିଲି ବ୍ଲକର ଏକ କତା କମ୍ପାନୀରେ ଲାଗିଥିବା ଅଗ୍ନିକାଣ୍ଡ ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଦୁର୍ଗାଦାଶପୁର ପଞ୍ଚାୟତ ଠଣଠଣା ଗ୍ରାମ ଜେନା ସାହିରେ ଗୁରୁବାର ଏକ ଗ୍ୟାସ ସିଲିଣ୍ଡର ଫାଟି ୧୨ବଖରା ଘର ଜଳିଯାଇଛି। ସୂଚନା ମୁତାବକ, ଜେନା ସାହିର ଦୁଃଖି ଜେନାଙ୍କ ଘରେ ପୂର୍ବାହ୍ନରେ ରୋଷେଇ ଚାଲୁଥିବା ସମୟରେ ହଠାତ୍‌ ଗ୍ୟାସରେ ନିଆଁ ଲାଗିଯାଇଥିଲା। ଭୟରେ ସମସ୍ତ ଘରୁ ବାହାରକୁ ଆସିଯାଇଥିବା ବେଳେ ଅଳ୍ପକେ ମଧ୍ୟରେ ଗ୍ୟାସ ସିଲିଣ୍ଡର ଫାଟି ଶବ୍ଦ ହୋଇ ଘର ପୋଡିଯିବା ସହ ନଡ଼ିଆ ଗଛରେ ନିଆଁ ଲାଗି ଯାଇଥିଲା। ନିଆଁର ପ୍ରକୋପ ଏତେ ଜୋରରେ ଥିଲା ସଙ୍ଗେ ସଙ୍ଗେ ପଡ଼ୋଶୀ ଧଡୁ ଜେନା, ସନାତନ ଜେନା, ପବନା ଜେନା, ପ୍ରମୋଦ ଚରଣ ଜେନା, ମଞ୍ଜୁ ବେୱା, ଅଜୁ ମଲ୍ଲିକ ଓ ଆଲୋକ ଜେନାଙ୍କ ଚାଳ ଘରଗୁଡିକୁ ଲାଗିଯାଇଥିଲା। ଖବରପାଇ ପିପିଲି ଓ ସାକ୍ଷୀଗୋପାଳରୁ ଦମକଳ ପହଞ୍ଚତ୍ ନିଆଁକୁ ଆୟତ୍ତ କଲାବେଳକୁ ଘରର ସମସ୍ତ ଆସବାବପତ୍ର ସହ ଧାନ, ଚାଉଳ, ସଉଦା ସବୁ ପୋଡିଯାଇଥିଲା। ଘଟଣାସ୍ଥଳରେ ବିଧାୟକ ପ୍ରଦୀପ ମହାରଥି ପହଞ୍ଚତ୍ ଅଗ୍ନିବିପନ୍ନଙ୍କୁ ଭେଟି ଚାଉଳ, ବିସ୍କୁଟ ଓ ପଲିଥିନ ଯୋଗାଇଥିଲେ। ପରେ ପିପିଲି ତହସିଲଦାର ସପନ କୁମାର ନନ୍ଦ, ଆର୍‌ଆଇ ଓ ପୋଲିସ ପହଞ୍ଚତ୍ ଘଟଣାର ତଦନ୍ତ ଓ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ପଞ୍ଚାୟତରୁ ରନ୍ଧା ଖାଦ୍ୟ ଦେବା ପାଇଁ କହିଛନ୍ତି। ସେହିପରି ସରପଞ୍ଚ ବାସନ୍ତି ବେହେରା, ସମିତିସଭ୍ୟ ସୁମିତ୍ରା ଚଉଁରି, ବିଜୁ ଯୁବ ବାହିନୀ ସଭାପତି ବିଶ୍ୱଜିତ ଦାସ ଓ ସଦାଶିବ ଦାସ ସହାୟତା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଦାଦନ ଶ୍ରମିକ ଗଣେଶଙ୍କ ୨ କିଡ଼ନୀ ନଷ୍ଟ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୃଷ୍ଣପ୍ରସାଦ,୧୪।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଗିଲିନାସି ଗ୍ରାମର ଗଣେଶ ଚନ୍ଦ୍ର ପ୍ରଧାନ (୪୦ ବର୍ଷ)ଙ୍କର ଦୁଇଟି କିଡ଼ନୀ ନଷ୍ଟ ହୋଇଛି। ଓଳିଏ ଖାଇଲେ…

କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ପିପିଲି ପୋଲିସର ଏନକାଉଣ୍ଟ, ପୋଲିସକୁ ଗୁଳିମାଡ଼ ପରେ….

ପିପିଲି,୧୧।୨: ପିପିଲିରେ ପୋଲିସର ଏନକାଉଣ୍ଟର । କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ପିପିଲି ପୋଲିସ ଏନକାଉଣ୍ଟର କରିଥିବା ସୂଚନା ରହିଛି । ଗତ ୧ ତାରିଖରେ ସିଫା ନିକଟରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଉକୁଣୀ ନେଲା କୁନି ଝିଅର ଜୀବନ, ଖପୁରୀକୁ ଆକ୍ରାନ୍ତ କରି…

ପୁରୀ,୯।୨: ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ ଏକ ଅଜବ ଘଟଣା ଘଟିଛି। ଉକୁଣୀ ପାଇଁ ୧୨ ବର୍ଷିୟା କୁନି ଝିଅର ମୃତ୍ୟୁ ହୋଇଛି।…

୭ରୁ ଓଡ଼ିଶା-ଜାପାନ ପର୍ବ: ଜାଣନ୍ତୁ ଏହାର ଉଦେଶ୍ୟ

ପୁରୀ,୬ା୨(ଅଜିତ୍‌ କୁମାର ମହାନ୍ତି): ଚଳିତ ମାସ ୭ ଏବଂ ୮ ତାରିଖ ସନ୍ଧ୍ୟାରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିିପ୍‌ ସେଣ୍ଟର ପକ୍ଷରୁ ସ୍ଥାନୀୟ ତାଳବଣିଆ ପଡ଼ିଆରେ ଓଡ଼ିଶା-ଜାପାନ ପର୍ବ ଆୟୋଜନ…

ନେତୃତ୍ୱ ଆଶଙ୍କାରେ ବିଜେଡି: କିଏ ହେବେ ଆଗାମୀ ନେତା

ଭୁବନେଶ୍ୱର,୬।୨ (ସୁନିତ୍‌ ମିଶ୍ର):ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri