Categories: ବାଣିଜ୍ୟ

ଜେଟ୍‌ ଏୟାରଓ୍ବେଜ୍‌ ମାମଲା: ପାଇଲଟ, ୨ ବିଦେଶୀ ଭେଣ୍ଡର ଅଦାଲତ ଗଲେ

ନୂଆଦିଲ୍ଲୀ,୨୦ା୬: ଜେଟ୍‌ ଏୟାରଓ୍ବେଜ୍‌ର ପାଇଲଟ, ଇଞ୍ଜିନିୟର ସଂଗଠନ ଏବଂ ନେଦରଲାଣ୍ଡର ୨ ଭେଣ୍ଟର ବୁଧବାର ଦେବାଳିଆ ଅଦାଲତ ଏନ୍‌ସିଏଲ୍‌ଟିରେ ପହଞ୍ଚତ୍ଛନ୍ତି। ନିଜକୁ ଜେଟ୍‌ର ଦେବାଳିଆ ପ୍ରକ୍ରିୟାରେ ସାମିଲ କରିବା ଲାଗି ସେମାନେ ଆବେଦନ ପତ୍ର ଦେଇଛନ୍ତି। ୨ ବିଦେଶୀ ଭେଣ୍ଡର ନିଜର ହିତର ସୁରକ୍ଷା ଲାଗି ଇଣ୍ଟରଭେନ୍ସନ ପିଟିଶନ ଦାଖଲ କରିବାକୁ ଅନୁମତି ମାଗିଛନ୍ତି। ଏହା ଉପରେ ଗୁରୁବାର ଏନ୍‌ସିଏଲ୍‌ଟିରେ ଶୁଣାଣି ହେବ। ଜେଟ୍‌ ବିରୋଧରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ମାମଲା ଆଗତ କରାଯାଇଛି। ସୂଚନାଥାଉ କି, ଜେଟ୍‌ ଉପରେ ଏବେ ୨୩ ହଜାର କର୍ମଚାରୀଙ୍କ ପ୍ରାୟ ୩ହଜାର କୋଟି ଟଙ୍କାର ବେତନ ବକେୟା ରହିଛି। କର୍ମଚାରୀଙ୍କୁ ମାର୍ଚ୍ଚରୁ ଦରମା ମିଳିନାହିଁ।

Share