Categories: ବାଣିଜ୍ୟ

ଜେଟ୍‌ଲୀଙ୍କ ସ୍ଥାନରେ ଗୋୟଲ ହୋଇପାରନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୬-୫: କେନ୍ଦ୍ରରେ ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଅରୁଣ ଜେଟ୍‌ଲୀ ଅର୍ଥମନ୍ତ୍ରୀ ହେବାର ସମ୍ଭାବନା ନାହିଁ। ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ଅସୁସ୍ଥତା କାରଣରୁ ଅର୍ଥମନ୍ତ୍ରୀ ଭଳି ଏକ ଗୁରୁଦାୟିତ୍ୱ ସମ୍ପନ୍ନ ପଦ ପାଇଁ ସେ ଏଥର ଆଗ୍ରହୀ ନୁହନ୍ତି। ତାଙ୍କ ସ୍ଥାନରେ ରେଳମନ୍ତ୍ରୀ ପୀୟୂଷ ଗୋୟଲ ଅର୍ଥମନ୍ତ୍ରୀ ହୋଇପାରନ୍ତି ବୋଲି କଳ୍ପାନଜଳ୍ପନା ହେଉଛି। ଜେଟ୍‌ଲୀ ଅସୁସ୍ଥତା କାରଣରୁ ଶୁକ୍ରବାର ମୋଦି ସରକାରଙ୍କ ଶେଷ କ୍ୟାବିନେଟ ବୈଠକରେ ଯୋଗ ଯୋଗ ଦେଇ ନ ଥିଲେ। ଅନ୍ୟପକ୍ଷରେ ଜେଟ୍‌ଲୀଙ୍କ ଅନୁପସ୍ଥିତିରେ ଗୋୟଲ ଦୁଇଥର ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ସେ ମୋଦି ସରକାରଙ୍କ ସମୟରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ ଗୋୟଲଙ୍କ ଅର୍ଥନୀତିରେ ଅଭିଜ୍ଞତା ରହିଛି।

Share