Categories: ବାଣିଜ୍ୟ

ଜେଟ୍‌ର ୪୧୦ ପାଇଲଟ ଦେଇସାରିଛନ୍ତି ଇସ୍ତଫା

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜ ପୁଣିଥରେ ଉଡ଼ିବା ନେଇ ସଂଶୟ ରହିଛି। ଗତ ୭ ମାସ ମଧ୍ୟରେ ୪୧୦ ଜଣ ପାଇଲଟ ଓ କ୍ୟାପ୍ଟେନ ଚାକିରି ଛାଡ଼ିଛନ୍ତି। ଏବେ ଜେଟ୍‌ ନିକଟରେ ୧୫୨୭ ପାଇଲଟ ରହିଛନ୍ତି  ବୋଲି ଏୟାରଲାଇନର ପାଇଲଟ ସଂଘ, ନ୍ୟାଶନାଲ ଏଭିଏଟର୍ସ ଗିଲ୍ଡ କହିଛି। କିଛି ବିମାନକୁ ଏହାର ବିମାନ ପରିଚାଳନା ଦଳ ସହିତ ଅନ୍ୟ ଏୟାରଲାଇନ୍ସକୁ ଭଡ଼ାରେ ଦିଆଯିବାର ପ୍ରସ୍ତାବ ରହିଛି। ସ୍ପାଇସଜେଟ୍‌, ଏୟାର ଇଣ୍ଡିଆ ଏବଂ ଏଆଇ ଏକ୍ସପ୍ରେସ ଭଳି ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜର ଛିଡ଼ା ହୋଇଥିବା ବୋଇଂ ୭୩୭ ଏବଂ ବି୭୭୭ ବିମାନ ଲିଜ୍‌ରେ ନେବାର ଯୋଜନା ରହିଛି ବୋଲି ଏହା କହିଛି। ଜେଟ୍‌ ମ୍ୟାନେଜମେଣ୍ଟ ସହିତ ଆଲୋଚନା ପରେ ଗିଲ୍ଡ ପକ୍ଷରୁ ଏହାର ସଦସ୍ୟ ପାଇଲଟଙ୍କ ନିକଟକୁ ପଠାଯାଇଥିବା ସୂଚନାରେ କୁହାଯାଇଛି ଯେ, ଗତବର୍ଷ ସେପ୍ଟେମ୍ବରରୁ ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୪୧୦ ଜଣ ପାଇଲଟ ଇସ୍ତଫା ଦେଇସାରିଛନ୍ତି। ବିମାନକୁ ଲିଜ୍‌ରେ ଦିଆଯିବାର ଯୋଜନା ହେଉଛି।

Share