Categories: ଜାତୀୟ

ଜେଟଲୀ ଥିଲେ ଜଣେ କବି

ନୂଆଦିଲ୍ଲୀ,୨୪।୮: ଚିରନିଦ୍ରାରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଶନିବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ବେଳେ ଭାରତୀୟ ରାଜନୀତିରେ ସୃଷ୍ଟି ହୋଇଛି ଏକ ଶୂନ୍ୟସ୍ଥାନ। ତେବେ ଜେଟଲୀ କେବଳ ଜଣେ ରାଜନେତା ନ ଥିଲେ। ସେ ଥିଲେ ଜଣେ କବି। କବିତା ଲେଖିବାରେ ସେ ରୁଚି ରଖୁଥିଲେ। ହେଲେ ଏକଥା ଅନେକଙ୍କୁ ଜଣା ନ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଜେଟଲୀ ଯେତେବେଳେ ଅର୍ଥମନ୍ତ୍ରୀ ଭାବେ କାମ କରୁଥିଲେ ସେତେବେଳେ ତାଙ୍କ କବି ପ୍ରତିଭା ପ୍ରକାଶିତ ହୋଇଥିଲା। ୨୦୧୫ରେ ବଜେଟ୍‌ ଉପସ୍ଥାପନ ସମୟରେ ସେ ଏମିତି ଏକ ଶାୟରି କହିଥିଲେ ଯାହା ସମସ୍ତଙ୍କ କୃଷ୍ଟି ଆକର୍ଷଣ କରିଥିଲା। ଏହାପରଠାରୁ ୨୦୧୬ ଓ ୧୭ରେ ମଧ୍ୟ ବଜେଟ୍‌ ଉପସ୍ଥାପନ ସମୟରେ ଜେଟଲୀଙ୍କ କବିତା ଶୁଣିବାକୁ ମିଳିଥିଲା। ଆଇନଜୀବି ଭାବେ ତାଙ୍କ ବୁକ୍‌ ସେଲ୍ଫରେ ଆଇନର ବହି ସହିତ ଆଉ କିଛି କବିତା ବହି ମଧ୍ୟ ସାଇତା ହୋଇ ରହିଥିବା ଦେଖିବାକୁ ମିଳେ।

Share