ଜେଏନ୍‌ୟୁରେ ହିଂସା: ୨୫ ଆହତ

ନୂଆଦିଲ୍ଲୀ,୬ା୧(ଆଇଏଏନ୍‌ଏସ୍‌): ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ ରବିବାର ରାତିରେ କେତେଜଣ ମୁଖାପିନ୍ଧା ଗୁଣ୍ଡା ପ୍ରବେଶ କରି ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କୁ କାଠଫାଳିଆ ଓ ଲୁହାରଡ୍‌ରେ ଆକ୍ରମଣ କରିଛନ୍ତି। ସେମାନଙ୍କ ଆକ୍ରମଣରେ ଜେଏନ୍‌ୟୁ ଛାତ୍ର ସଂଘର ସଭାନେତ୍ରୀ ଐଶେ ଘୋଷ, କେତେଜଣ ଶିକ୍ଷକଙ୍କ ସମେତ ୨୫ ଆହତ ହୋଇଛନ୍ତି। ସେମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଏଥିସହିତ ଆକ୍ରମଣକାରୀମାନେ କ୍ୟାମ୍ପସ୍‌ ପରିସରରେ ଭଙ୍ଗାରୁଜା କରିଥିଲେ। ଦୁଇ ଘଣ୍ଟା ଧରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଫଳରେ ପ୍ରଶାସନ ପୋଲିସକୁ ଡାକିଥିଲା। ପୋଲିସ ପହଞ୍ଚତ୍ ଫ୍ଲାଗ୍‌ମାର୍ଚ୍ଚ କରିଛି।
ହିଂସାକାଣ୍ଡ ପାଇଁ ଛାତ୍ରୀଛାତ୍ର ଆର୍‌ଏସ୍‌ଏସ୍‌ର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)କୁ ଦାୟୀ କରିଛନ୍ତି। ତେବେ ଏବିଭିପି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଛାତ୍ରୀଛାତ୍ରଙ୍କ ସ୍ବରକୁ ଚାପିଦେବା ପାଇଁ କ୍ଷମତାରେ ଥିବା ଦଳ ଉଦ୍ୟମ କରୁଛି ବୋଲି ବିରୋଧୀ ଦଳଗୁଡ଼ିକ ଭାଜପାକୁ ଲକ୍ଷ୍ୟ କରି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ଜେଏନ୍‌ୟୁର ପୂର୍ବତନ ଛାତ୍ର ଏସ୍‌. ଜୟଶଙ୍କର ଏବଂ ନିର୍ମଳା ସୀତାରାମନ ଆକ୍ରମଣ ଘଟଣାର ନିନ୍ଦା କରିଛନ୍ତି। ସ୍ବରାଷ୍ଟ୍ର ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ପୋଲିସ ଓ ଜେଏନ୍‌ୟୁ ପ୍ରଶାସନକୁ ରିପୋର୍ଟ ମଗାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ପୋଲିସ ମୁଖ୍ୟଙ୍କ ସହ କଥା ହୋଇ ଜେଏନ୍‌ୟୁ ସ୍ଥିତି ସମ୍ପର୍କରେ ବୁଝିଥିଲେ।
ମୁଖାପିନ୍ଧା ଗୁଣ୍ଡାମାନେ ବିଶ୍ୱବିଦ୍ୟାଳୟ ପରିସରରେ ପଶି ଲୁହାରଡ଼, ହକିଷ୍ଟିକ୍‌ ଓ ଲାଠିରେ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିବାରୁ ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସକୁ ଡକାଗଲା ବୋଲି ଜେଏନ୍‌ୟୁ କର୍ତ୍ତୃପକ୍ଷ କହିଛନ୍ତି। ଫ୍ଲାଗ ମାର୍ଚ୍ଚ ପରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୋଲିସ କହିଛି। ଛାତ୍ରସଂଘ ସଭାନେତ୍ରୀ ଘୋଷ ଗୁରୁତର ହୋଇଥିବାବେଳେ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମଧ୍ୟ ଆହତ ହୋଇଛନ୍ତି। ଏବିଭିପି ନେତୃତ୍ୱରେ ଏହି ଆକ୍ରମଣ ହୋଇଥିବା ଜେଏନ୍‌ୟୁ ଛାତ୍ରସଂଘ ଉପାଧ୍ୟକ୍ଷ ସକେତ ମୁନ୍‌ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଆକ୍ରମଣ ପାଇଁ ବାମଦଳ ସମର୍ଥତ୍ତ ଛାତ୍ରସଂଘକୁ ଏବିଭିପି ଦାୟୀ କରିଛି। ଆକ୍ରମଣକାରୀମାନେ ହଷ୍ଟେଲ ପ୍ରକୋଷ୍ଠ ଓ ଲବିରେ ଭଙ୍ଗାରୁଜା କରିବା ସହ ଅନେକ ଗାଡ଼ି ଭାଙ୍ଗିଛନ୍ତି।
ଜେଏନ୍‌ୟୁ ଶିକ୍ଷକ ସଂଘ ପକ୍ଷରୁ ସନ୍ଧ୍ୟା ୫ଟାରେ ଏକ ସଭା ଚାଲିଥିଲା। ଏହି ସଭା ଶେଷ ହେବା ପରେ ୫୦ରୁ ଅଧିକ ଗୁଣ୍ଡା କ୍ୟାମ୍ପସ୍‌ରେ ପ୍ରବେଶ କରି ଛାତ୍ର ଓ ଶିକ୍ଷକଙ୍କୁ ଆକ୍ରମଣ କରିଥିଲେ ବୋଲି ଇତିହାସ ବିଭାଗ ପ୍ରଫେସର ଆର୍‌. ମହାଲକ୍ଷ୍ମୀ କହିଛନ୍ତି। ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦା ରକ୍ଷା ସହ କ୍ୟାମ୍ପସ୍‌ରେ ଶାନ୍ତି ବଜାୟ ରଖିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍‌ରିୟାଲ ନିଶଙ୍କ ଜେଏନ୍‌ୟୁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇଛନ୍ତି। କ୍ୟାମ୍ପସ୍‌ରେ ଏଭଳି ଆକ୍ରମଣ ଚିନ୍ତାଜନକ ଓ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିବା ସହ ଏହାକୁ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri