Posted inଖେଳ

ଜେଇ ଓ୍ବିଲିସନ ଇଣ୍ଟରନ୍ୟାଶନାଲ ସିରିଜ: ଓଡ଼ିଆ ଝିଅ ଋତୁପର୍ଣ୍ଣାଙ୍କୁ ଡବଲ୍‌ ଟାଇଟଲ୍‌

ନୂଆଦିଲ୍ଲୀ, ୨୨।୭ (ପି.ଟି.)- ଉଦୀୟମାନ ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ତଥା ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଘାନାର ଆକ୍‌ରାଠାରେ ଅନୁଷ୍ଠିତ ଜେଇ ଓ୍ବିଲସନ ଇଣ୍ଟରନ୍ୟାଶନାଲ ସିରିଜରେ ଡବଲ୍‌ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଋତୁପର୍ଣ୍ଣା ମିକ୍ସଡ୍‌ ଡବଲ୍ସ ଓ ମହିଳା ଡବଲ୍ସରେ ଟାଇଟଲ୍‌ ଜିତି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେହିଭଳି ଶ୍ଲୋକ ରାମଚନ୍ଦ୍ରନ ମଧ୍ୟ ପୁରୁଷ ଓ ମିକ୍ସଡ ଡବଲ୍ସରେ ଚାମ୍ପିୟନ ହୋଇଛନ୍ତି।
ଡବଲ୍ସ ଫାଇନାଲରେ ଋତୁପର୍ଣ୍ଣା ଓ ଶ୍ଲୋକ ଯୋଡ଼ି ୨୧-୧୯, ୨୧-୧୫ ସିଧାସଳଖ ଗେମ୍‌ରେ ଅନ୍ୟତମ ଭାରତୀୟ ଯୋଡ଼ି ଏମ୍‌ଆର୍‌ ଅର୍ଜୁନ ଓ କେ. ମନୀଷାଙ୍କୁ ପରାସ୍ତ କରିଥିଲେ। ସେହିଭଳି ମହିଳା ଡବଲ୍ସ ଫାଇନାଲରେ ଋତୁପର୍ଣ୍ଣା ମନୀଷାଙ୍କୁ ସାଥୀ କରି ୨୧-୧୧, ୨୧-୧୧ ଗେମ୍‌ରେ ନାଇଜେରିଆର ଡୋରକାସ ଅଜୋକ ଆଡେସୋକାନ ଓ ଉଚେଚୁକ୍ୟୁ ଡେବୋରା ଇକେ ଯୋଡ଼ିଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଥିଲେ। ପୁରୁଷ ଡବଲ୍ସରେ ଟପ୍‌ ସିଡ୍‌ ଶ୍ଲୋକ ଓ ଅର୍ଜୁନ ୨୧-୧୧, ୨୧-୧୨ରେ ନାଇଜେରିଆନ୍‌ ଯୋଡ଼ି ଗଡ୍‌ଓ୍ବିନ ଓଲୋଫୁଆ ଓ ଅନୁଓଲୁଓ୍ବାପୋ ଜୁଓ୍ବନଙ୍କୁ ମାତ୍‌ ଦେଇ ଟାଇଟଲ୍‌ ହାସଲ କରିଥିଲେ। ଅପରପକ୍ଷରେ କଡ଼ା ସଂଘର୍ଷପୂର୍ଣ୍ଣ ପୁରୁଷ ସିଙ୍ଗଲ୍ସ ଟାଇଟଲ୍‌ ଲଢ଼େଇରେ କିରନ ଜର୍ଜ ୨୫-୨୩, ୨୧-୧୯ରେ ଆଜରବୈଜାନର ଆଡେ ରେସ୍କି ଡ୍ବିଚାଓଙ୍କୁ ହରାଇଛନ୍ତି। କିନ୍ତୁ ଭାରତର ମୁଗ୍ଧା ଏଗରେ ମହିଳା ସିଙ୍ଗଲ୍ସ ଫାଇନାଲରେ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଛନ୍ତି। ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ସଂସ୍କରଣ ୨୦୧୮ରେ ଭାରତୀୟ ପ୍ରତିଯୋଗୀ ୪ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ଜିତି ଟେବୁଲ ତାଲିକାର ଶୀର୍ଷରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri