Categories: ଜାତୀୟ

ଜେଇଏମ୍‌ ଟାର୍ଗେଟରେ ମୁମ୍ବାଇ

ନୂଆଦିଲ୍ଲୀ,୮ା୮: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ମୁମ୍ବାଇକୁ ଟାର୍ଗେଟ କରିପାରେ ବୋଲି ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ସରକାରଙ୍କୁ ଜଣାଇଛନ୍ତି। ଏହା ବ୍ୟତୀତ ଜମ୍ମୁ-କଶ୍ମୀରର ସୁରକ୍ଷା ବଳ ଉପରେ ଆକ୍ରମଣ ବଢ଼ାଇବା ପାଇଁ ଜେଇଏମ୍‌ ଯୋଜନା କରିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପୁଲଓ୍ବାମା ଭଳି ସ୍ଥିତି ସୃଷ୍ଟି ହୋଇପାରେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିବା ସହ ଏହା ଦୁଇ ଦେଶ ମଧ୍ୟରେ ପାରମ୍ପରିକ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ମଙ୍ଗଳବାର କହିଥିଲେ। ତାଙ୍କ ବିବୃତିରୁ ଇସ୍‌ଲାମାବାଦ ଆତଙ୍କବାଦୀ ସଂଗଠନଗୁଡିକୁ ସମର୍ଥନ ବଢ଼ାଇବା ପାଇଁ ଉଦ୍ୟମ କରୁଥିବା ସ୍ପଷ୍ଟ ହୋଇଛି। ଇମ୍ରାନଙ୍କ ମନ୍ତବ୍ୟ ପରେ ଜେଇଏମ୍‌ ନେତା ମୌଲାନା ମାସୁଦ୍‌ ଆଝାରଙ୍କ ସାନଭାଇ ରୌଫ୍‌ ଅସ୍‌ଗର ପିଓକେ ଆସିଥିବା ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ପଞ୍ଜାବରେ ଥିବା ଜେଇଏମ୍‌ ଆତଙ୍କବାଦୀମାନେ ସେମାନଙ୍କ ଶିବିର ସୀମାନ୍ତକୁ ଉଠାଇ ଆଣିଥିବା ଜଣାପଡିଛି। ସେମାନେ ଭାରତର ଆର୍ଥତ୍କ ରାଜଧାନୀ ମୁମ୍ବାଇକୁ ଟାର୍ଗେଟ କରିପାରନ୍ତି। ମୁମ୍ବାଇରେ ଆକ୍ରମଣ ପାଇଁ ଜେଇଏମ୍‌ର ଏକ ୩ ଜଣିଆ ଟିମ୍‌କୁ ଦାୟିତ୍ୱ ଦିଆଯାଇଛି।

Share