Categories: ବାଣିଜ୍ୟ

ଜେଇଇ ଆଡ୍‌ଭାନ୍ସଡରେ ଆଲେନ୍‌ର ବାଜିମାତ୍‌

ଭୁବନେଶ୍ୱର,୧୩।୯:ଆଇଆଇଟି ମୁମ୍ବାଇ ଦ୍ୱାରା ପରିଚାଳିତ ଜେଇଇ ଆଡଭାନ୍ସଡ-୨୦୨୨ର ଫଳାଫଳ ନିକଟରେ ପ୍ରକାଶ ପାଇସାରିଛି। ଉକ୍ତ ଫଳାଫଳ ଅନୁଯାୟୀ ଆଲେନ୍‌ ଭୁବନେଶ୍ୱରର ଛାତ୍ରୀଛାତ୍ରୀମାନେ ପୁଣିଥରେ ବାଜିମାତ ସହ ପରୀକ୍ଷାରେ ନିଜର ଉତ୍କର୍ଷତା ପ୍ରମାଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନିକଟରେ ଆଲେନ୍‌ ଭୁବନେଶ୍ୱର ସେଣ୍ଟର ପକ୍ଷରୁ ଜେଇଇ ଆଡଭାନ୍ସଡ-୨୦୨୨ର କୃତୀ ଛାତ୍ରୀଛାତ୍ରମାନଙ୍କର ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏ ସମ୍ପର୍କରେ ଆଲେନ୍‌ ଭୁବନେଶ୍ୱର ସେଣ୍ଟରର ମୁଖ୍ୟ ଅନୁରାଗ ମିଶ୍ର କହିଛନ୍ତି, ଆଲେନ୍‌ର କ୍ଳାସ୍‌ରୁମ୍‌ ଛାତ୍ର ଦିବ୍ୟାଂଶୁ ମାଲୁ ସର୍ବମୋଟ୍‌ ୨୮୫ମାର୍କ ରଖି ସର୍ବଭାରତୀୟସ୍ତରରେ ୧୧ତମ ର଼୍ୟାଙ୍କ ହାସଲ କରିଛନ୍ତି। ସେହିଭଳି କନିଷ୍କ ମୋଦି ସର୍ବଭାରତୀୟ ସ୍ତରରେ ୨୦୦ ତମ ର଼୍ୟାଙ୍କ ଓ ଆତିସ କୁମାର ସାହୁ ସର୍ବଭାରତୀୟ ସ୍ତରରେ ୩୧୧ତମ ର଼୍ୟାଙ୍କ ହାସଲ କରିଛନ୍ତି। ଅପରପକ୍ଷରେ ଜେଇଇ ଆଡଭାନ୍ସଡ-୨୦୨୨ର ଫଳାଫଳ ଅନୁଯାୟୀ ଆଲେନ୍‌ ଭୁବନେଶ୍ୱରର ଜଣେ ଛାତ୍ର ସର୍ବଭାରତୀୟ ର଼୍ୟାଙ୍କ ୫୦ମଧ୍ୟରେ ସ୍ଥାନ ପାଇଥିବା ବେଳେ ୫ଜଣ ଛାତ୍ର ସର୍ବଭାରତୀୟ ର଼୍ୟାଙ୍କ ୫୦୦ ଏବଂ ୧୪ ଜଣ ଛାତ୍ର ସର୍ବଭାରତୀୟ ର଼୍ୟାଙ୍କ ୨୦୦୦ ମଧ୍ୟରେ ଅଛନ୍ତି। ସୂଚନାଯୋଗ୍ୟ ଯେ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୧୦୦ ର଼୍ୟାଙ୍କ ମଧ୍ୟରେ ଆଲେନ୍‌ର ୩୨ ଛାତ୍ରୀଛାତ୍ର ରହିଛନ୍ତି।

Share