Categories: ଜାତୀୟ

ଜୁଳୁଜୁଳିଆ ପୋକ ଦେଉଛି ପେଟକୁ ଦାନା

ପୁଣେ,୨୬।୬: ଲୋକେ ରାତିରେ ଘରେ ବସି ଟିଭି ଅଥବା ମୋବାଇଲ୍‌ରେ ବ୍ୟସ୍ତ ଥିବାବେଳେ ପୁଣେର ରାଜମାଛି ଅଞ୍ଚଳର ଗ୍ରାମବାସୀ ପ୍ରାକୃତିକ ଲାଇଟ୍‌ ଶୋ’ ଆୟୋଜନ କରିଥାନ୍ତି। ଏଠାକାର କେତେକ ଗାଁରେ ଅନ୍ଧାର ହେଲେ ଅସଂଖ୍ୟ ଜୁଳୁଜୁଳିଆ ପୋକ ଉଡ଼ିବୁଲନ୍ତି। ସେମାନଙ୍କୁ ଦେଖିବା ପାଇଁ ଦେଶ ତଥା ବିଦେଶ ବର୍ଷସାରା ପର୍ଯ୍ୟଟକଙ୍କ ଆସିଥାନ୍ତି। ଏହାଯୋଗୁ ଗାଁ ଲୋକଙ୍କ ଆର୍ଥିକ ବିକାଶ ସମ୍ଭବ ହୋଇପାରିଛି। କିଛି ଗ୍ରାମବାସୀ ସେମାନଙ୍କ ଘର ଛାତ ଉପରେ ପର୍ଯ୍ୟଟକଙ୍କୁ ବସାଇ ଜୁଳୁଜୁଳିଆ ପୋକ ଉଡ଼ିବୁଲୁଥିବାର ସୁନ୍ଦର ଦୃଶ୍ୟ ଦେଖାଇଥାନ୍ତି। ଏଥିପାଇଁ ସେମାନେ ପର୍ଯ୍ୟଟକଙ୍କଠାରୁ ଟଙ୍କା ମଧ୍ୟ ନେଇଥାନ୍ତି। ଧୀରେ ଧୀରେ ବାଜୁଥିବା ମ୍ୟଜିକ୍‌ର ତାଳେତାଳେ ଜୁଳୁଜୁଳିଆ ପୋକଙ୍କ ଉଡ଼ିବୁଲୁଥିବା ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍‌ ମୋହିତ କରିଥାଏ। ଉଧଓ୍ବୋଡ଼ି, ଲୋନାଭିଲା, ଭଣ୍ଡାରଦରା, ଭୀମାଶଙ୍କର, ରାଧାନଗରୀ ଆଦି ଅଞ୍ଚଳରେ ଥିବା ଗାଁଗୁଡ଼ିକର ଆର୍ଥିକ ବିକାଶ ଜୁଳୁଜୁଳିଆ ପୋକ ଯୋଗୁ ହୋଇପାରିଥିବା ଗ୍ରାମବାସୀ କୁହନ୍ତି।

Share