Posted inଖେଳ

ଜୁଲାଇ ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ସସ୍‌ପେଣ୍ଡ କଲା ବିଡବ୍ଲ୍ୟୁଏଫ୍‌

ନୂଆଦିଲ୍ଲୀ, ୭ା୪ (ପି.ଟି.)-କୋଭିଡ୍‌-୧୯ ମହାମାରୀ ପାଇଁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ଆସନ୍ତା ମେ ମାସରୁ ଜୁଲାଇ ପର୍ଯ୍ୟନ୍ତ ଏହାର ସମସ୍ତ ଟୁର୍ନାମେଣ୍ଟକୁ ସସ୍‌ପେଣ୍ଡ କରିଛି। ଏଥିରେ ଏଚ୍‌ଏସ୍‌ବିସି ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌, ବିଡବ୍ଲ୍ୟୁଏଫ୍‌ ଟୁର୍‌ ଏବଂ ଅନ୍ୟ ବିଡବ୍ଲ୍ୟୁଏଫ୍‌ ସ୍ବୀକୃତିପ୍ରାପ୍ତ ଟୁର୍ନାମେଣ୍ଟ ରହିଛି। ହୋଷ୍ଟ ମେମ୍ବର ଆସୋସିଏଶନ୍ସ (ଏଚ୍‌ଏମ୍‌ଏ) ଏବଂ କଣ୍ଟିନେଣ୍ଟାଲ କନଫେଡେରେଶନ (ସିସି) ସହିତ ଆଲୋଚନା ପରେ ବିଡବ୍ଲ୍ୟୁଏଫ୍‌ ସୋମବର ଏହି ନିଷ୍ପତ୍ତି ନେଇଛି। ଏହି ସମୟକାଳ ମଧ୍ୟରେ ସବୁଠାରୁ ପ୍ରଭାବିତ ହୋଇଥିବା ଟୁର୍ନାମେଣ୍ଟ ହେଉଛି ଇଣ୍ଡୋନେସିଆ ଓପନ୍‌ ୨୦୨୦ (ସୁପର ୧୦୦୦)। ବର୍ତ୍ତମାନ ପାଇଁ ର଼୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ପୁଣି ସ୍ଥିର ରଖାଯାଇଛି। ଟୁର୍ନାମେଣ୍ଟ ଆରମ୍ଭ ହେବାପରେ ପୁଣି ଏହା କାର୍ଯ୍ୟକ୍ଷମ ହେବ ବୋଲି ବିଡବ୍ଲ୍ୟୁଏଫ୍‌ କହିଛି। ବାତିଲ ହୋଇଥିବା ଟୁର୍ନାମେଣ୍ଟ ତାଲିକା ନିମ୍ନରେ ପ୍ରଦାନ କରାଗଲା-
ଗ୍ରେଡ୍‌-୨ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟ
୧. ଅଷ୍ଟ୍ରେଲିଆନ ଓପନ୍‌ ୨୦୨୦ (ଜୁନ୍‌ ୨ରୁ ୭)
୨. ଥାଇଲାଣ୍ଡ ଓପନ୍‌୍‌ (ଜୁନ୍‌ ୯ ରୁ ୧୪)
୩. ଇଣ୍ଡୋନେସିଆ ଓପନ୍‌ (ଜୁନ୍‌ ୧୬ରୁ ୨୧)
୪. ରଷିଆନ ଓପନ୍‌ ( ଜୁଲାଇ ୭ରୁ ୧୨)
ଗ୍ରେଡ୍‌-୩, ଜୁନିୟର ଓ ପାରା ବ୍ୟାଡ୍‌ମିଣ୍ଟନ
୧. ଡେନମାର୍କ ଚ୍ୟାଲେଞ୍ଜ (ମେ ୭ରୁ ୧୦)
୨. ସ୍ଲୋଭେନିଆ ଇଣ୍ଟରନ୍ୟାଶନାଲ (ମେ ୧୩ରୁ ୧୬)
୩. ଲାଟଭିଆ ଇଣ୍ଟରନ୍ୟାଶନାଲ (ମେ ୨୮ରୁ ୩୧)
୪. ଭିଏତ୍‌ନାମ ଇଣ୍ଟରନ୍ୟାଶନାଲ (ଜୁନ୍‌ ୨ରୁ ୭)
୫. ଲିଥୁଆନିଆ ଇଣ୍ଟରନ୍ୟାଶନାଲ (ଜୁନ୍‌ ୪ରୁ ୭)
୬. କାନାଡା ପାରା ବ୍ୟାଡ୍‌ମିଣ୍ଟନ ଇଣ୍ଟରନ୍ୟାଶନାଲ (ଜୁନ୍‌ ୯ରୁ ୧୪)
୭. ରଷିଆନ ଇଣ୍ଟରନ୍ୟାଶନାଲ ଜୁନିୟର
ହ୍ବାଇଟ୍‌ ନାଇଟ୍ସ (ଜୁନ୍‌ ୨୫ରୁ ୨୮)
୮. ହ୍ବାଇଟ ନାଇଟ୍ସ (ଜୁଲାଇ ୧ରୁ ୫)
୯. ଅଲ୍‌ ଇଂଲଣ୍ଡ ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ (ଜୁଲାଇ ୧୬ରୁ ୧୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

“ଦୋସା ଇଡ୍‌ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍‌ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ…

ମୁମ୍ୱାଇକୁ ହରାଇଲା ପଞ୍ଜାବ

ମୁମ୍ୱାଇ,୧୬ା୪: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ…

ଡି’ କକ୍‌ଙ୍କ ଅପରାଜିତ ଶତକ

ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍‌ଙ୍କ ଅପରାଜିତ ଶତକ…

ଫିଫା ମୁଖ୍ୟଙ୍କ ବଡ଼ ସୂଚନା: ବିଶ୍ୱକପ୍‌ ଖେଳିବ ଇରାନ୍‌

ପ୍ୟାରିସ୍‌,୧୬ା୪: ଆସନ୍ତା ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ରେ ଇରାନ୍‌ ଖେଳିବ। ଏ ନେଇ ଫିଫା ମୁଖ୍ୟ ଜିଆନି ଇନ୍‌ଫାଣ୍ଟିନୋ ଗୁରୁବାର ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri