ଜଗନ୍ନାଥପ୍ରସାଦ,୧୨ା୧୧(ଡି.ଏନ୍.ଏ.)-ଜଗନ୍ନାଥପ୍ରସାଦ ଜଳୀସାହିଠାରେ ସୋମବାର ରାତ୍ର ପ୍ରାୟ ୯ଟାରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି। ସେ ହେଲେ ଉକ୍ତସାହିର ପବନା ସେଠି (୨୫)। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଗଁାରେ ପହଞ୍ଚତ୍ ତଦନ୍ତ ଚଳାଇଥିବାବେଳେ ଛୁରାମାଡ କରିଥିବା ଯୁବକ ଫେରାର ହୋଇଯାଇଛନ୍ତି। ପ୍ରକାଶ ଯେ, ଉକ୍ତ ସାହିରେ ରାତିରେ ଜୁଆଖେଳ ଚାଲିଥିବାବେଳେ ପବନାଙ୍କ ସହ ଜନୈକ ଯୁବକଙ୍କର ପାଟିତୁଣ୍ଡ ହୋଇଥିଲା। ପରେ ସେ ପବନାଙ୍କ ପେଟରେ ଛୁରୀ ଭୂଷି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜଗନ୍ନାଥପ୍ରସଦ ମେଡିକାଲକୁ ନିଆଯାଇଥିଲା। ସେଠାରେ କେହି ଡାକ୍ତର ନ ଥିବାବେଳେ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସ ଥିଲେ ମଧ୍ୟ ଚାଳକ ନଥିଲେ। ଫଳରେ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପରିବାର ଲୋକେ ଗାଡି ଭଡା କରି ନେଇଥିଲେ। ଗଁାରେ ପୋଲିସ ପହଞ୍ଚତ୍ ତଦନ୍ତ ଚଳାଇଥିବାବେଳେ ଖବରଲେଖାହେବା ସୁଦ୍ଧା ଥାନାରେ କୌଣସି ମାମଲା ହୋଇନାହିଁ।
ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…
ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…
ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ
ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…
ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର
ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…
ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…
ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼
ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…
ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…
ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…
ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା
ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…
ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…
Archives

