Categories: ଫୁରସତ

ଜୀବନସାଥୀ ଖୋଜିବା ପାଇଁ ୩୩ ହଜାର ଟଙ୍କା ଖର୍ଚ୍ଚରେ ହୋର୍ଡିଂ ଲଗାଇଲେ ଯୁବକ

ଜୀବନରେ ଉପଯୁକ୍ତ ସାଥୀଟିଏ ପାଇଁ ସମସ୍ତେ ଚେଷ୍ଟିତ ଥାନ୍ତି। ଆଜିକାଲି ସାଥୀ ଖୋଜିବା ପାଇଁ ବିଭିନ୍ନ ପ୍ରକାର ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ ମଧ୍ୟ ଉପଲବ୍ଧ ହେଲାଣି। କିନ୍ତୁ ଇଂଲଣ୍ଡ ଜଣେ ଯୁବକ ସାଥୀଟିଏ ପାଇବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେ ୩୩ ହଜାର ଟଙ୍କା ଖର୍ଚ୍ଚ କରି ଏକ ବଡ ବିଜ୍ଞାପନ ଦେଇଛନ୍ତି। ମାର୍କ ରୋଫ ନାମକ ଏହି ଯୁବକଙ୍କ ବୟସ ୩୦। ମାଞ୍ଚେଷ୍ଟର ରାସ୍ତାରେ ସେ ସାଥୀଟିଏ ପାଇବା ପାଇଁ ହୋର୍ଡିଂ ଲଗାଇଛନ୍ତି। ଏହି ବିଜ୍ଞାପନ ହୋର୍ଡିଂରେ ମାର୍କଙ୍କ ଏକ ଫଟୋ ଲାଗିଛି ଏବଂ ସେଥିରେ ଲେଖାଅଛି ସିଙ୍ଗଲ୍‌? ଡେଟ୍‌ ମାର୍କ। ଉକ୍ତ ବିଜ୍ଞାପନରେ ମାର୍କଙ୍କ ସ୍ଲୋଗାନ ରହିଛି, ଓ୍ବାନ ମ୍ୟାନ୍‌, ଓ୍ବାନ୍‌ ବିଲ୍‌ ବୋର୍ଡ, ଓ୍ବାନ ମିଶନ୍‌। ଏହାସହ ସେ ନିଜର ମେଲ୍‌ ଆଇଡି ମଧ୍ୟ ଦେଇଛନ୍ତି। ଏପର୍ଯ୍ୟନ୍ତ ୨୯୨ଜଣ ଯୁବତୀ ବିବାହ ପାଇଁ ଆବେଦନ କରିସାରିଲେଣି।

Share