Categories: ଫୁରସତ

ଜୀବନର ଶେଷ ଇଚ୍ଛା ପୂରଣ କରନ୍ତି ଦମ୍ପତି

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଏମିତି କିଛି ଇଚ୍ଛା ଥାଏ, ଯାହା ପୂରଣ ହୋଇପାରେ ନାହିଁ। ଜୀବନର ଅନ୍ତିମ ପର୍ଯ୍ୟାୟରେ ଥିବାବେଳେ ବେଳେବେଳେ ମନରେ ଆସେ ମୁଁ ଏହି କାମଟି ପୂରଣ କରିପାରିଥାନ୍ତି କି? କିନ୍ତୁ ସେତେବେଳେ ଶରୀର ଏହା କରିବାକୁ ଅନୁମତି ଦେଇ ନ ଥାଏ। କିନ୍ତୁ ମଣିଷ ଜୀବନର ଶେଷ ଇଚ୍ଛାକୁ ପୂରଣ କରିବା ପାଇଁ ଆଗେଇ ଆସିଛନ୍ତି ନେଦରଲାଣ୍ଡର ଏକ ଦମ୍ପତି। ସେ ସହର ବୁଲି ଲୋକଙ୍କ ଶେଷ ଇଚ୍ଛା ପୂରଣ କରୁଛନ୍ତି। ୬୦ ବର୍ଷୀୟ କିସ୍‌ ଭେଦ୍ଲୋବୋର ଏବଂ ତାଙ୍କ ସ୍ତ୍ରୀ ‘ଆମ୍ବୁଲାନ୍ସ ଓ୍ବିସ୍‌’ ନାମକ ଏକ ଫାଉଣ୍ଡେଶନ ଚଲାନ୍ତି। ଏହା ଜରିଆରେ ସେ ଏପର୍ଯ୍ୟନ୍ତ ୧୪ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଶେଷ ଇଚ୍ଛା ପୂରଣ କରିସାରିଲେଣି। ଥରେ ଆମ୍ବୁଲାନ୍ସରେ ଜଣେ ବୃଦ୍ଧ ରୋଗୀଙ୍କୁ ଡାକ୍ତରଖାନା ନେଉଥିବାବେଳେ ତାଙ୍କୁ ତାଙ୍କ ଶେଷ ଇଚ୍ଛା ପଚାରି ବୁଝିଥିଲେ। ଏବଂ ତୁରନ୍ତ ତାହା ପୂରଣ ମଧ୍ୟ କରିଥିଲେ। ସେବେଠାରୁ ଜୀବନର ଶେଷ ଇଚ୍ଛା ପୂରଣ ପାଇଁ କାମ କରିବା କଥା ମନକୁ ଆସିଥିଲା ବୋଲି କିସ୍‌ କହିଛନ୍ତି। ଏହାର ବର୍ଷେ ପରେ ସେ ‘ଆମ୍ବୁଲାନ୍ସ ଓ୍ବିସ୍‌’ ଫାଉଣ୍ଡେଶନ ଗଠନ କରିଥିଲେ।

Share