ଜୀବନବିନ୍ଦୁରେ ୩୦ୟୁନିଟ୍‌ ରକ୍ତ ସଂଗ୍ରହ: ୨ ପରିବାରରୁ ୬ଜଣ କଲେ ରକ୍ତଦାନ

କେନ୍ଦୁଝର, ୨୬ା୪(ଡି.ଏନ.ଏ.)-ପବିତ୍ର ଅକ୍ଷୟତୃତୀୟା ଅବସରରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୩୦ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଦୁଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମୁଖ୍ୟଙ୍କ ପରିବାରରୁ ୩ଜଣ ଲେଖାଏ ୬ଜଣ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି। ଧରିତ୍ରୀ ମହାନ୍ତ, ତାଙ୍କ ସ୍ବାମୀ ମଧୁସୂଦନ ମହାନ୍ତ ଓ ଜ୍ୱାଇଁ ଅଜିତ ମହାନ୍ତ ରକ୍ତଦାନ କରିଥିବା ବେଳେ କବିତା ମହାକୁଡ, ତାଙ୍କ ଝିଅ ପଙ୍କଜିନୀ ମହାକୁଡ ଓ ଜ୍ୱାଇଁ କମଳଲୋଚନ ମହାକୁଡ ରକ୍ତଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କାଳନ୍ଦି ଚରଣ ପୃଷ୍ଟି, ସୁଜିତ କୁମାର ନାୟକ, ଗୋଲକ ବିହାରୀ ହାଇବୁରୁ, ଦିଲ ବାହାଦୂର ସିଂହ, ସୁମନ କୁମାର ଉପାଧ୍ୟାୟ, ବିଶାଳ କୁମାର ମିଶ୍ର, ଲିଲି ନାୟକ, ଦିବ୍ୟଲୋଚନ ରଣା ପ୍ରମୁଖ ରକ୍ତଦାନ କରିଥିଲେ। ଏଥିରେ ଜିଲା ବିଜେଡି ସଭାପତିି ମାଧବ ସର୍ଦ୍ଦାର, ବିଜେଡି ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ଜିଲା ବିଜେଡି ସମ୍ପାଦକ ଦେବାଶିଷ ପଟ୍ଟନାୟକ, ନଗର ବିଜେଡି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଜଗଦୀଶ ଆପଟ୍ଟ, ଚକ୍ରଧର ପରିଡା, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ସମ୍ପାଦକ ନାରାୟଣ ମଢେଇ, ଅଟଳ ଶତପଥି ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଜିଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଅନୁଜା ତ୍ରିପାଠୀ, ଏମଆଇଏସ ସ୍ନିଗ୍ଧା ରାୟ, ଦୀପ୍ତିମୟୀ, ସହାୟକ ଶଙ୍କର୍ଷଣ ନାୟକ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ। ଦୁଇଟି ପରିବାରର ୬ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଥିବାରୁ ସମବାୟ ସଂଘ ବିଦାୟୀ ସଭାପତି ଧୀରେନ୍ଦ୍ର ରାଉତ ଅଭିନନ୍ଦନ ଜଣାଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ।