Categories: ବାଣିଜ୍ୟ

ଜି.ଆର୍‌. ଚିଣ୍‌ଟାଲା ନାବାର୍ଡ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୮।୫: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଅଧ୍ୟକ୍ଷ ଭାବେ ଜି.ଆର୍‌. ଚିଣ୍‌ଟାଲା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବେଙ୍ଗାଲୁରୁଠାରେ ନାବାର୍ଡର ସହାୟକ ସଂସ୍ଥା ନ୍ୟାବ୍‌ଫିନ୍ସରେ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ୍‌ ଏଗ୍ରିକଲଚର ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟରୁ ସ୍ନାତକୋତ୍ତର ଡିଗ୍ରୀ ପରେ ନାବାର୍ଡରେ ଅଧିକାରୀ ଭାବେ ଯୋଗଦେଇଥିଲେ। ସେ ନାବାର୍ଡର ମୁଖ୍ୟ କାର୍ଯ୍ୟାଳୟ ସହ ବିଭିନ୍ନ ଆଞ୍ଚଳିକ କାର୍ଯ୍ୟଳୟରେ କାମ କରିଛନ୍ତି। ଏହା ସହ ଏଗ୍ରି ବିଜ୍‌ନେସ ଫାଇନାନ୍ସ ଲିମିଟେଡ୍‌ର ଉପସଭାପତି ଏବଂ ବ୍ୟାଙ୍କର୍ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ରୁରାଲ ଡେଭଲପମେଣ୍ଟର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ ଅଭିଜ୍ଞତା ହାସଲ କରିଥିବା ସୂଚନା ରହିଛି।

Share