ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଘରୋଇ ସେବା ଅଭିଯୋଗ : ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ ଅଫିସ, ୧୧।୭ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ମହିଳା ଡାକ୍ତର ବୁଧବାର ମେଡିକାଲରେ ଥାଇ ବି ଏକ ଘରୋଇ ଚିକିତ୍ସାଳୟର କାର୍ଯ୍ୟ କରିବା ଅଭିଯୋଗ ହୋଇଛି। ଜାତୀୟ ଫୁଟବଲ ଖେଳାଳି ତନୁଜା ବାଗେ ଏହି ଅଭିଯୋଗ ଆଣିଛନ୍ତି। ଘଟଣାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ଗୁରୁତ୍ୱର ସହ ନେଇଛନ୍ତି। ସେ କହିଛନ୍ତି, ମେଡିକାଲରେ ଘଟିଥିବା ଏହି ଘଟଣା ନଜରକୁ ଆସିଛି। ଗୁରୁବାର ତଦନ୍ତ କରାଯାଇ ସମ୍ପୃକ୍ତା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତନୁଜା ଅଭିଯୋଗ କରିଛନ୍ତି ଯେ, ମଙ୍ଗଳବାର ରାତିରେ ତପସ୍ବିନୀ ଏକ୍ସପ୍ରେସରେ ସେ ଝିଅ ପଦ୍ମିନୀ ଓ ସ୍ବାମୀଙ୍କ ସହ ଝାରୁସୁଗୁଡ଼ା ଫେରୁଥିବା ବେଳେ ଝିଅର ଅସୁସ୍ଥତା ଯୋଗୁ ତାକୁ ଅନୁଗୋଳ ମେଡିକାଲ ଶିଶୁରୋଗ ବିଭାଗରେ ଭର୍ତ୍ତି କରିଥିଲେ। ବୁଧବାର ମଧ୍ୟାହ୍ନ ବେଳକୁ ଝିଅ ସାମାନ୍ୟ ସୁସ୍ଥ ହେବାରୁ ସେ ଦାୟିତ୍ୱରେ ଥିବା ଡାକ୍ତର କଳ୍ପନା ଜେନାଙ୍କ ନିକଟକୁ ଯାଇ ଡିସ୍‌ଚାର୍ଜ କରିବାକୁ କହିଥିଲେ। କିନ୍ତୁ ସମ୍ପୃକ୍ତା ଡାକ୍ତର ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବା କହି ତାଙ୍କୁ ରୁମ୍‌ ବାହାରେ ଠିଆ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ତନୁଜା ଝାରସୁଗୁଡ଼ା ଯିବେ ବୋଲି କହିଥିଲେ ମଧ୍ୟ ଡାକ୍ତର କିଛି ଶୁଣି ନ ଥିଲେ। ସେତେବେଳେ ଡାକ୍ତର କଳ୍ପନା ଏକ ଘରୋଇ ଡାକ୍ତରଖାନା ଫାଇଲ ଗୁଡ଼ିକରେ ଦସ୍ତଖତ କରୁଥିବା ତନୁଜା ଅଭିଯୋଗ କରିଛନ୍ତି। ଜଣେ ବ୍ୟକ୍ତି ଏ ସମ୍ପର୍କରେ ସମ୍ପୃକ୍ତା ମହିଳା ଡାକ୍ତରଙ୍କୁ ପଚାରିବାରୁ ସେ ତୁରନ୍ତ ଉକ୍ତ ଫାଇଲଗୁଡ଼ିକ ବନ୍ଦ କରିଦେଇଥିଲେ। ଏହି ସମୟରେ ଫାଇଲ ନେଇ ଆସିଥିବା ଏକ ଘରୋଇ ଡାକ୍ତରଖାନାର ଜଣେ କର୍ମଚାରୀ ସେଠାରୁ ଦୌଡି ପଳାଇ ଯାଇଥିଲେ। ଘଟଣା ସମ୍ପର୍କରେ ସେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ତନୁଜା କହିଛନ୍ତି। ତେବେ ଅଭିଯୋଗ ସମ୍ପର୍କରେ ମହିଳା ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ତାଙ୍କ ମୋବାଇଲ ନଂ. ୯୪୩୭୨୧୩୬୦୮ରେ ବାରମ୍ବାର ଫୋନ କରାଯାଇଥିଲେ ମଧ୍ୟ ସେ ରିସିଭ ନ କରିବାରୁ ମତାମତ ମିଳିପାରି ନାହିଁ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବେହେରା କହିଛନ୍ତି, ଏଭଳି ଘଟଣା ଘଟିଥିଲେ କ୍ଷମା କରାଯିବ ନାହିଁ। ଜାତୀୟ ଫୁଟବଲ ଖେଳାଳି ହୁଅନ୍ତୁ କି ସାଧାରଣ ଲୋକ, ସେମାନଙ୍କ ଟଙ୍କାରେ ଦରମା ନେଇ ଅନ୍ୟ ଘରୋଇ ମେଡିକାଲ କାର୍ଯ୍ୟ କରିବା ବରଦାସ୍ତ କରାଯିବ ନାହିଁ। ଏହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍‌ଓ ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri