ଅନୁଗୋଳ ଅଫିସ, ୧୧।୭ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ମହିଳା ଡାକ୍ତର ବୁଧବାର ମେଡିକାଲରେ ଥାଇ ବି ଏକ ଘରୋଇ ଚିକିତ୍ସାଳୟର କାର୍ଯ୍ୟ କରିବା ଅଭିଯୋଗ ହୋଇଛି। ଜାତୀୟ ଫୁଟବଲ ଖେଳାଳି ତନୁଜା ବାଗେ ଏହି ଅଭିଯୋଗ ଆଣିଛନ୍ତି। ଘଟଣାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ଗୁରୁତ୍ୱର ସହ ନେଇଛନ୍ତି। ସେ କହିଛନ୍ତି, ମେଡିକାଲରେ ଘଟିଥିବା ଏହି ଘଟଣା ନଜରକୁ ଆସିଛି। ଗୁରୁବାର ତଦନ୍ତ କରାଯାଇ ସମ୍ପୃକ୍ତା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତନୁଜା ଅଭିଯୋଗ କରିଛନ୍ତି ଯେ, ମଙ୍ଗଳବାର ରାତିରେ ତପସ୍ବିନୀ ଏକ୍ସପ୍ରେସରେ ସେ ଝିଅ ପଦ୍ମିନୀ ଓ ସ୍ବାମୀଙ୍କ ସହ ଝାରୁସୁଗୁଡ଼ା ଫେରୁଥିବା ବେଳେ ଝିଅର ଅସୁସ୍ଥତା ଯୋଗୁ ତାକୁ ଅନୁଗୋଳ ମେଡିକାଲ ଶିଶୁରୋଗ ବିଭାଗରେ ଭର୍ତ୍ତି କରିଥିଲେ। ବୁଧବାର ମଧ୍ୟାହ୍ନ ବେଳକୁ ଝିଅ ସାମାନ୍ୟ ସୁସ୍ଥ ହେବାରୁ ସେ ଦାୟିତ୍ୱରେ ଥିବା ଡାକ୍ତର କଳ୍ପନା ଜେନାଙ୍କ ନିକଟକୁ ଯାଇ ଡିସ୍ଚାର୍ଜ କରିବାକୁ କହିଥିଲେ। କିନ୍ତୁ ସମ୍ପୃକ୍ତା ଡାକ୍ତର ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବା କହି ତାଙ୍କୁ ରୁମ୍ ବାହାରେ ଠିଆ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ତନୁଜା ଝାରସୁଗୁଡ଼ା ଯିବେ ବୋଲି କହିଥିଲେ ମଧ୍ୟ ଡାକ୍ତର କିଛି ଶୁଣି ନ ଥିଲେ। ସେତେବେଳେ ଡାକ୍ତର କଳ୍ପନା ଏକ ଘରୋଇ ଡାକ୍ତରଖାନା ଫାଇଲ ଗୁଡ଼ିକରେ ଦସ୍ତଖତ କରୁଥିବା ତନୁଜା ଅଭିଯୋଗ କରିଛନ୍ତି। ଜଣେ ବ୍ୟକ୍ତି ଏ ସମ୍ପର୍କରେ ସମ୍ପୃକ୍ତା ମହିଳା ଡାକ୍ତରଙ୍କୁ ପଚାରିବାରୁ ସେ ତୁରନ୍ତ ଉକ୍ତ ଫାଇଲଗୁଡ଼ିକ ବନ୍ଦ କରିଦେଇଥିଲେ। ଏହି ସମୟରେ ଫାଇଲ ନେଇ ଆସିଥିବା ଏକ ଘରୋଇ ଡାକ୍ତରଖାନାର ଜଣେ କର୍ମଚାରୀ ସେଠାରୁ ଦୌଡି ପଳାଇ ଯାଇଥିଲେ। ଘଟଣା ସମ୍ପର୍କରେ ସେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ତନୁଜା କହିଛନ୍ତି। ତେବେ ଅଭିଯୋଗ ସମ୍ପର୍କରେ ମହିଳା ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ତାଙ୍କ ମୋବାଇଲ ନଂ. ୯୪୩୭୨୧୩୬୦୮ରେ ବାରମ୍ବାର ଫୋନ କରାଯାଇଥିଲେ ମଧ୍ୟ ସେ ରିସିଭ ନ କରିବାରୁ ମତାମତ ମିଳିପାରି ନାହିଁ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବେହେରା କହିଛନ୍ତି, ଏଭଳି ଘଟଣା ଘଟିଥିଲେ କ୍ଷମା କରାଯିବ ନାହିଁ। ଜାତୀୟ ଫୁଟବଲ ଖେଳାଳି ହୁଅନ୍ତୁ କି ସାଧାରଣ ଲୋକ, ସେମାନଙ୍କ ଟଙ୍କାରେ ଦରମା ନେଇ ଅନ୍ୟ ଘରୋଇ ମେଡିକାଲ କାର୍ଯ୍ୟ କରିବା ବରଦାସ୍ତ କରାଯିବ ନାହିଁ। ଏହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍ଓ ବେହେରା ପ୍ରକାଶ କରିଛନ୍ତି।
ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…
ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…
ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ
ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…
ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…
ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…
ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍: ଆଉ ତା’ପରେ…
କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…
ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ
ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…
ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…
ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…
ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା
ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…
ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ
ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…
Archives

