ଗୁଣପୁର,୧୧।୧(ଡି.ଏନ୍.ଏ)-ଗତ ୨୪ ତାରିଖ ରାତିରେ ବାଇକ୍ ଦୁର୍ଘଟଣାରେ ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ବାଇକ ମୃତ୍ୟୁ ହୋଇଥିଲା ା ତାଙ୍କ ମୃତ୍ୟୁକୁ ପରିବାର ସଦସ୍ୟଙ୍କ ସହ କଂଗ୍ରେସ ସହଜରେ ଗ୍ରହଣ କରି ପାରୁନାହିଁ ା ତାଙ୍କର ମୃତ୍ୟୁ ଏବଂ ମୃତ୍ୟୁସ୍ଥଳକୁ ଅନୁଧ୍ୟାନ କରାଗଲେ ପ୍ରାୟୋଜିତ ଭାବେ ମୃତ୍ୟୁ ଘଟିଥିବା ଜଣାଯାଉଛି ା ଏହି ଘଟଣାର ପ୍ରକୃତ ରହସ୍ୟ ପର୍ଦ୍ଦାଫାସ କରିବାରେ ପୋଲିସ ବିଫଳ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ା ଇତିମଧ୍ୟରେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ ପ୍ରକୃତ ତଥ୍ୟ ପ୍ରଦାନ କରି ପାରିନାହିଁ ା ଏଣୁ ଏହାକୁ ନେଇ କଂଗ୍ରେସ ପକ୍ଷରୁ ଆସନ୍ତା ୧୩ ତାରିଖରେ ରାମନାଗୁଡା ବ୍ଲକ ବାଙ୍ଗି ଛକଠାରେ ରାସ୍ତାରୋକୋ କରାଯିବ ବୋଲି କୁହାଯାଇଛି ା ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ କୋରାପୁଟ ଏମ୍ପି ସପ୍ତଗିରି ଉଲ୍ଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ଜିଲା କଂଗ୍ରେସ କମିଟି ସଭାପତି ଦୂର୍ଗା ପ୍ରସାଦ ପଣ୍ଡାଙ୍କ ସମେତ କଂଗ୍ରେସର ନେତା ଏବଂ କମୀମାନେ ସାମିଲ ହେବେ ା ଜିଲା କଂଗ୍ରେସ କମିଟି ସଭାପତିଙ୍କ ପକ୍ଷରୁ ଗୁଣପୁର ଥାନାକୁ ପ୍ରଦତ୍ତ କରାଯାଇଥିବା ପତ୍ରରେ ଏହା ଜଣାପଡିଛି ା ଗତ ୩୦ ତାରିଖରେ ଜୟପୁର ବିଧାୟକ ଗୁଣପୁର ଆସି ୭ଦିନ ମଧ୍ୟରେ ଘଟଣାର ତଦନ୍ତ କରାଯାଇ ପ୍ରକୃତ କାରଣ ଜଣା ନ ପଡ଼ିଲେ ଅବିଭକ୍ତ କୋରାପୁଟ ଜିଲାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ ା ଏହି ଘଟଣାରେ ପୋଲିସ ତଦନ୍ତ କରି ନ ପାରିଲେ ଏସଆଇଟି କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରୁ ବୋଲି ବାହିନିପତି କହିଥିଲେ ା ସୂଚନାଯୋଗ୍ୟ ଯେ, ପୁରୁଷୋତ୍ତମ ଗତ ୨୪ ତାରିଖ ରାତିରେ ନିଜ ସମର୍ଥକଙ୍କ ସହ ରାୟଗଡାରୁ ଗୁଣପୁର ଅଭିମୁଖେ ଆସୁୁଥିଲେ ା ତାଣ୍ଡିକଣା ଛକରେ କାର ଛାଡି ଏକ ବାଇକରେ ଗୁଣପୁର ବାହାରିଥିଲେ ା ତାଣ୍ଡିକଣାଠାରୁ କିଛି ଦୁର ଯିବା ପରେ ତାଙ୍କ ବାଇକ ଦୂର୍ଘଟଣାଗ୍ରସ୍ତ ହୋଇଥିଲା ା ସଙ୍ଗେ ସଙ୍ଗେ ତାଙ୍କୁ ରାମନାଗୁଡା ପରେ ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ା ଅବସ୍ଥା ସଂକଟାପନ୍ନ ଥିବାରୁ ଶ୍ରିକାକୁଲମ ନିଆଯାଇଥିଲା ା ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ା ଗୋଟିଏ ଦିନରେ ତାଙ୍କର ଅଧ୍ୟକ୍ଷ ପଦ ଚାଲିଯିବା ଏବଂ ମୃତ୍ୟୁ ହେବା ଦଳୀୟ କର୍ମକର୍ତ୍ତା ସହ ଶୁଭେଛୁମାନଙ୍କୁ ଶକ୍ତ ଆଘାତ ଦେଇଥିଲା ା ପ୍ରଥମେ ଏହି ଘଟଣାକୁ ନେଇ ଗତ ୨୮ ତାରିଖରେ କଂଗ୍ରେସ ପକ୍ଷରୁ ରାମନାଗୁଡା ବନ୍ଦ ପାଳନ କରାଯାଇଥିଲା ା
ଜିଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ ରହସ୍ୟ ପର୍ଦ୍ଦାଫାସ କରିବାରେ ପୋଲିସ ବିଫଳ: ୧୩ରେ କଂଗ୍ରେସର ରାସ୍ତାରୋକୋ
ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ
ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...
୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ
ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...
IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…
କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...
ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ
କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...
ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ
ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...
ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର
ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...
ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର
ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...
ବାରବାଟୀ ବ୍ୟାଟଲ୍: ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…
କଟକ,୯ା୧୨: ବାରବାଟୀ ବ୍ୟାଟଲ୍ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...
Archives


