ଜିଲା ଚିଠି ସୁନ୍ଦରଗଡ଼..ଅଧିକାର ପାଇଁ ଲଢ଼େଇ

ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଜମି ଅଧିକାରକୁ ନେଇ ଏବେ ଜିଲାରେ ଆନ୍ଦୋଳନ ମୁଣ୍ଡ ଟେକିଛି। ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ଗ୍ରାମସଭା ଜରିଆରେ ମନୋନୀତ ହିତାଧିକାରୀମାନଙ୍କୁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି। ମାତ୍ର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଜିଲା କମିଟୀ ତାଲିକା ଯାଞ୍ଚ ନାଁ ରେ ଅନେକ ହିତାଧିକାରୀଙ୍କୁ ବାଦ ଦେଇଥିବା ଜଣାପଡିଛି। ଏହାକୁ ନେଇ ଆଦିବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଆଇନ୍‌ କାର୍ଯ୍ୟକାରୀ ହେବା ଦିନଠାରୁ ଜିଲାରେ ୧୯ହଜାର ୭୩୦ ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ଆଉ ୯ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ନାମକୁ ବାଦ ଦିଆଯାଇଛି। ସେହିପରି ୨ଟି ମାତ୍ର ଗାଁକୁ ଗୋଷ୍ଠୀଗତ ଜଙ୍ଗଲଜମି ଅଧିକାର ପ୍ରଦାନ କରାଯାଇଛି। ଅନ୍ୟପକ୍ଷେ ଜିଲା ଯାଞ୍ଚ କମିଟି ବାଦ୍‌ ଦେଇଥିବା ହିତଧିକାରୀଙ୍କ ନାମ ପୁନଃ ଯାଞ୍ଚ ପାଇଁ ଯାହାକି ଗ୍ରାମସ୍ତରରେ ହେବା କଥା ତାହା ତହସିଲ ଜରିଆରେ ଜନଶୁଣାଣି ଶିବିରମାନ ଆୟୋଜନ କରାଯାଉଛି। ଏହି ଶିବିରରେ ହିତାଧିକାରୀମାନଙ୍କ ପକ୍ଷ ରଖିବାକୁ ମଧ୍ୟ ଉଚିତ ସମୟ ଦିଆଯାଉନାହିଁ। ଫଳରେ ଉକ୍ତ ଶିବିର କେବଳ ପ୍ରହସନରେ ପରିଣତ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜଙ୍ଗଲ ଅଧିକାର ଆଇନ୍‌-୨୦୦୬ର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଅଭିଯୋଗ କରି ବିଭିନ୍ନ ଆଦିବାସୀ,ମୂଳନିବାସୀ ଅଧିକାର ମଞ୍ଚ ଓ ସଙ୍ଗଠନଗୁଡିକ ପକ୍ଷରୁ ଅଧିକାର ପାଇଁ ଲଢେଇ ଆରମ୍ଭ କରିଛନ୍ତି। ବିଭିନ୍ନ ସମୟରେ ଏହି ସଙ୍ଗଠନଗୁଡିକ ପକ୍ଷରୁ ଉପଜିଲାପାଳ, ଜିଲାପାଳ ଓ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଓ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜରିଆରେ ଅଧିକାର ଦାବି କରୁଛନ୍ତି। ଓଡ଼ିଶାର ଅନୁସୂଚିତ ଅଞ୍ଚଳରେ ଜଙ୍ଗଲ ଜମି ଅଧିକାର ଆଇନ୍‌କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ହସ୍ତକ୍ଷେପ କରିବାକୁ ଆଦିବାସୀ ସଙ୍ଗଠନ ଗୁଡିକ ଦାବି କରିଛନ୍ତି। ଏହାସହିତ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର ସମ୍ପର୍କରେ ଗ୍ରାମସଭାକୁ ଅନ୍ଧକାରରେ ରଖି ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରଦାନକୁ ସଙ୍ଗଠନଗୁଡିକ ବିରୋଧ କରୁଛି। ଏଣୁ ଅନୁସୂଚିତ ଅଞ୍ଚଳର ଅଧିବାସୀମାନଙ୍କୁ ପାରମ୍ପରିକ ଜଙ୍ଗଲ ଜମି ଅଧିକାର ପ୍ରଦାନ ପାଇଁ ଦାବି ଉଠିଥିବା ବେଳେ ଏହାକୁ ନେଇ ଏବେ ଆଦିବାସୀ ସଙ୍ଗଠନ ଓ ପ୍ରଶାସନ ମଧ୍ୟରେ ଦ୍ୱନ୍ଦ ଲାଗି ରହିଛି। ଏଣୁ ପ୍ରଶାସନ ଓ ଗ୍ରାମସଭା ମଧ୍ୟରେ ଉପଯୁକ୍ତ ସମନ୍ବୟ ରଖାଯାଇ ପ୍ରକୃତ ହିତାଧିକାରୀମାନଙ୍କୁ ଯଥାଶୀଘ୍ର ଜଙ୍ଗଲ ଜମି ଅଧିକାର ଆଇନ୍‌ ଅନୁଯାୟୀ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଜମି ଶିରୋନାମା (ପଟ୍ଟା) ପ୍ରଦାନ ସକାଶେ ଉଠିଛି। – ଜୟନାରାୟଣ ମେଣ୍ଡୁଳି


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିର ଏକ ସେପଟି ଟାଙ୍କି ଗାଡି...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri