ଜିଲା କାର୍ଯ୍ୟାଳୟ ଘେରିଲେ ସ୍ବୟଂ ସହାୟକ ଗୋଷ୍ଠୀ

ଅନୁଗୋଳ ଅଫିସ୍‌, ୧।୬- ସେସୁ ସହ ଏନ୍‌ଜେନ୍‌ର ଚୁକ୍ତି ଶେଷ ହେବା ଓ ସେସୁ ପରିଚାଳନା ଦାୟିତ୍ୱ ଟାଟା ପାଓ୍ବାର କମ୍ପାନୀ ଲିମିଟେଡ୍‌କୁ ଯିବା ପରେ ଠିକା କର୍ମଚାରୀଙ୍କ ଭଳି ମିଟର ରିଡିଂ ଓ ବିଲ୍‌ ଆଦାୟ ଦାୟିତ୍ୱ ତୁଲାଉଥିବା ଅନୁଗୋଳ ଜିଲାର ୯୦ଟି ଏସ୍‌ଏଚ୍‌ଜି ଓ ୧୧ଟି ଶକ୍ତି ସହାୟକ ଗୋଷ୍ଠୀର ମହିଳାମାନେ ଏବେ କାମ ହରାଇବା ଆଶଙ୍କାରେ ପଡ଼ିଛନ୍ତି। ତେଣୁ ସେମାନଙ୍କୁ ପୂର୍ବଭଳି କାମ କରିବାର ସୁଯୋଗ ଦେବା ପାଇଁ ସମ୍ପୃକ୍ତ ସଦସ୍ୟମାନେ ସୋମବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ପ୍ରଶାସନ ସେମାନଙ୍କ ବ୍ୟବସ୍ଥା ନ କଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ମୁତାବକ, ଅନୁଗୋଳ ଜିଲାର ବଅଁରପାଳ, ତାଳଚେର, କିଶୋରନଗର, ଛେଣ୍ଡିପଦା ଓ ଆଠମଲ୍ଲିକ ବ୍ଲକର ୯୦ଟି ଏସ୍‌ଏଚ୍‌ଜି ଓ ୧୧ଟି ଶକ୍ତି ସହାୟିକା ୨୦୦୯ରୁ ସେସୁ ସହ ଚୁକ୍ତି କରି ମିଟର ରିଡିଂ କରୁଥିଲେ। ୨୦୧୨ରେ ସେସୁ ବିଲ୍‌ ଆଦାୟ ଓ ମିଟର ରିଡିଂ ଦାୟିତ୍ୱ ଏନ୍‌ଜେନ୍‌କୁ ଦେଇଥିଲା। ଏହି ଏସ୍‌ଏଚ୍‌ଜି ଓ ଶକ୍ତି ସହାୟିକାମାନେ ଏନ୍‌ଜେନ୍‌ରେ ମଧ୍ୟ କାମ କରିଥିଲେ। କିନ୍ତୁ ସେସୁ ସହ ଏନ୍‌ଜେନ୍‌ର ଚୁକ୍ତି ଶେଷ ହୋଇସାରିଥିବାରୁ ଏବେ ସେମାନେ ଆଶଙ୍କାରେ ରହିଛନ୍ତି। ତୁରନ୍ତ ନିଯୁକ୍ତି ଦାବି ସହ ଯିଏ ଯେଉଁଠି ଯେତିକି ଟଙ୍କାରେ କାମ କରୁଥିଲେ ସେମିତି କାର୍ଯ୍ୟ କରିବାକୁ ଦିଆଯାଉ ବୋଲି ଦାବି କିର ଜିଲାର ୧୦୧ଟି ଏସ୍‌ଏଚ୍‌ଜି ଓ ଶକ୍ତି ସହାୟିକା ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବି ପୂରଣ ନ ହେଲେ ଉଠିବୁ ନାହିଁ ବୋଲି ମହିଳାମାନେ ଅଡ଼ି ବସିଥିଲେ। ଫଳରେ ଜିଲାପାଳ ଆସି ୭ ଦିନ ସମୟ ମାଗିଥିବା ଜଣାପଡ଼ିଛି। ୭ ଦିନ ମଧ୍ୟରେ ସେମାନଙ୍କ ସମସ୍ୟାର ସମାଧାନ ହେବ। ଏହି ସମୟ ମଧ୍ୟରେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ଜିଲାପାଳ କହିଥିଲେ। ବିକ୍ଷୋଭରେ ସବିତା ଦାସ, ଭାନୁମତି ଭୁଖା, ଟୁନି ସାହୁ, ସରସ୍ବତୀ ପ୍ରଧାନ, ଲଳିତ ନାଏକ, ଗୀତାଞ୍ଜଳି ସାହୁ, ବୈଜନ୍ତୀ ପ୍ରଧାନ, କବିତା ପ୍ରଧାନ, ରୁବି ପ୍ରଧାନ, ସୁଜାତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri