ଜିଲା କଂଗ୍ରେସ ନେତାଙ୍କ ଉପରେ ଦୋଷ ଲଦିଲେ ଜର୍ଜ ତିର୍କୀ

ରାଉରକେଲା ଅଫିସ/ ଭୁବନେଶ୍ୱର(ବ୍ୟୁରୋ), ୬ା୬: ନିର୍ବାଚନରେ ପରାଜୟ ପରେ ବୁଧବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଜର୍ଜ ତିର୍କୀ। ଏଥର କଂଗ୍ରେସ ଟିକେଟରେ ସୁନ୍ଦରଗଡ଼ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିଥିବା ତିର୍କୀ ରାଉରକେଲାର ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ନିଜ ପରାଜୟ ପାଇଁ ଜିଲା କଂଗ୍ରେସ ନେତାଙ୍କ ବିଶ୍ୱାସଘାକତାକୁ ଦାୟୀ କରିଛନ୍ତି ା ଅନ୍ୟପକ୍ଷେ ଇଭିଏମ୍‌ ଟାମ୍ପରିଂ ହୋଇଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସୁନ୍ଦରଗଡ ଜିଲାରେ ଆଦୌ ନରେନ୍ଦ୍ର ମୋଦିଙ୍କ ହାୱା ନ ଥିଲା। ଭାଜପା ପ୍ରାର୍ଥୀ ଜୁଏଲ ଓରାମ ଭୋଟ ମାଗିବାକୁ ଆସି ନ ଥିବା ବେଳେ ଏତେ ସଂଖ୍ୟାରେ ଭୋଟ ହାତେଇବା ସନ୍ଦେହ ସୃଷ୍ଟି କରିଛି। ଏହାବ୍ୟତୀତ ଜିଲାବାସୀ ଭିନ୍ନ ଭିନ୍ନ ଦଳ ଓ ପ୍ରାର୍ଥୀଙ୍କୁ ଚଳିତ ନିର୍ବାଚନରେ ଭୋଟ ଦେଇଛନ୍ତି। ଏପରି ଅବସ୍ଥାରେ ଜୁଏଲ ବାବୁ ଆଶ୍ଚର୍ଯ୍ୟଜନକ ଭାବେ ଭୋଟ ପାଇବା ଚକିତ କରିଛି। ଦଳ ଭିତରୁ ଛୁରିକାଘାତ ସତ୍ତ୍ୱେ କଂଗ୍ରେସ ପାଇଥିବା ଭୋଟ ନେଇ ମୁଁ ସନ୍ତୁଷ୍ଟ। ରଘୁନାଥପାଲ୍ଲୀ କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇବା କମ ବଡ କଥା ନୁହେଁ। ବିରୋଧ, ଷଡଯନ୍ତ୍ର ସତ୍ତ୍ୱେ ମତଦାନ ହାରକୁ ନେଇ ଆମେ ସନ୍ତୁଷ୍ଟ ବୋଲି ଜର୍ଜ କହିଛନ୍ତି ା
ନିର୍ବାଚନ ବେଳେ ସୋସିଆଲ ମିଡିଆରେ ନିର୍ଦ୍ଦିଷ୍ଟ କେତେଜଣ ବ୍ୟକ୍ତି ଆମକୁ ବିକାଶ ବିରୋଧୀ ଆଖ୍ୟା ଦେଇ ଅପପ୍ରଚାର କଲେ। ଅନ୍ୟ ଦ୍ୱାରା ପରିଚାଳିତ ହୋଇ ଯେଉଁମାନେ ଏପରି ସମସ୍ୟା ସୃଷ୍ଟି କଲେ ସେମାନେ ଜାଣି ରଖିବା ଉଚିତ ଯେ ଜର୍ଜ ତିର୍କୀ କେବେ ବିକାଶ ବିରୋଧୀ ନୁହେଁ। ଯେଉଁଠି ଆଦିବାସୀଙ୍କ ସ୍ବାର୍ଥ ଭୂଲୁଣ୍ଠିତ ହେବା ମୁଁ ଅନୁଭବ କରିଛି ସେଠି କେବଳ ସ୍ବର ଉତ୍ତୋଳନ କରିଛି। ସାମ୍ବିଧାନ ଓ ଆଇନକୁ ସମ୍ମାନ ଦେବାକୁ ମୁଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଚାପ ସୃଷ୍ଟି କରିଛି। ଯେଉଁମାନେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ସ୍ଥାନ ଓ କୃଷି ବିଜ୍ଞାନ କେନ୍ଦ୍ର ନିରୂପଣ ନେଇ ନିଜ ସ୍ବାର୍ଥକୁ ଗୁରୁତ୍ୱ ଦେଲେ ମୁଁ ତାଙ୍କୁ ବିରୋଧ କରିଛି। ଯିଏ ଆଦିବାସୀଙ୍କ ଜମି ଦଖଲ କରି କାରଖାନା କଲା, ପ୍ରଦୂଷଣ ସୃଷ୍ଟି ହେଲା, କ୍ଷେତବାଡି ଉଜାଡିଲା ମୁଁ ତାଙ୍କୁ ବିରୋଧ କରିଛି। ଏହାକୁ କିପରି ବିକାଶ ବିରୋଧୀ କୁହାଯିବ ବୋଲି ଜର୍ଜ ପାଲଟା ପ୍ରଶ୍ନ କରିଥିଲେ। ଦ୍ୱିତୀୟ ବ୍ରାହ୍ମଣୀ ସେତୁ, ମେଡିକାଲ କଲେଜ, କୃଷି ବିଜ୍ଞାନ କେନ୍ଦ୍ର, ବିମାନ ବନ୍ଦର, କୋଏଲ ବ୍ୟାରେଜ, ମହାନଗର ନିର୍ବାଚନ ଆଦି କରାଇବାରେ ଯେଉଁମାନେ ବିଫଳ ହେଲେ ସେମାନଙ୍କୁ ବିକାଶ ବିରୋଧୀ କୁହା ନ ଯିବା ବିଡମ୍ବନା ବୋଲି ଜର୍ଜ କହିଥିଲେ।
ଜନମତ ଯାହା ସପକ୍ଷରେ ଯାଇଛି ସେମାନଙ୍କୁ ଆମେ ସ୍ବାଗତ କରୁଛୁ। ଜିଲାର ସାମଗ୍ରିକ ବିକାଶ ନେଇ ଆମ ସହଯୋଗ ଅତୁଟ ରହିବ। ଏଥିସହ ଜିଲାବାସୀଙ୍କ ସ୍ବାର୍ଥ ନେଇ କଂଗ୍ରେସ ଦଳ କେବେ ସାଲିସ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ଅବସରରେ ସେ ଦଳରେ ଥାଇ ବିଶ୍ୱାସଘାତକ କାର୍ଯ୍ୟ କରିଥିବା କେତେଜଣ ବରିଷ୍ଠ ନେତାଙ୍କୁ ଇଙ୍ଗିତ କରିଥିଲେ ା ସେମାନଙ୍କୁ ଦଳରୁ ବହିଷ୍କାର କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏନେଇ ସେ ପ୍ରଦେଶ କଂଗ୍ରେସ ଓ କେନ୍ଦ୍ର ପ୍ରଭାରୀଙ୍କୁ ଜଣାଇ ସାରିଥିତ୍ବା ପ୍ରକାଶ କରିଛନ୍ତି। ଉକ୍ତ ଖବରଦାତା ସମ୍ମିଳନୀରେ କଂଗ୍ରେସ ଟିକଟରୁ ପ୍ରାର୍ଥୀ ହୋଇଥିବା ରଘୁନାଥପାଲ୍ଲୀର ପ୍ରଶାନ୍ତ ସେଠୀ, ରାଉରକେଲାର ବୀରେନ ସେନାପତି ଓ ବୀରମିତ୍ରପୁର ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀ ମଞ୍ଚାସୀନ ଥିଲେ।
ଭାଜପା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଗତଥର ଅପେକ୍ଷା ଏଥର ଜୁଏଲ ଓରାମ ନିଜ ନିର୍ବାଚନମଣ୍ଡଳୀକୁ ଯାଇ ଲୋକମାନଙ୍କ ବହୁ କାମ କରିଛନ୍ତି। ସୁପରସ୍ପେଶିଆଲିଟି ହସ୍ପିଟାଲ କାର୍ଯ୍ୟ ଆରମ୍ଭ ହୋଇଛି। ବ୍ରାହ୍ମଣୀ ଦ୍ୱିତୀୟ ସେତୁ ଓ ଝାରସୁଗୁଡା ବିମାନବନ୍ଦର କାର୍ଯ୍ୟ ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ନିର୍ବାଚନ ପୂର୍ବରୁ ଗସ୍ତ କରିଥିଲେ। ଗତ ୫ବର୍ଷରେ ମୋଦିଙ୍କ ବିଭିନ୍ନ ଯୋଜନା ବଢିବା ଯୋଗୁ ଭାଜପା ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି। ଯେତେବେଳେ କଂଗ୍ରେସ ଗୋଟିଏ ଜାଗାରେ ଜିତିବ ସେଠାରେ ଇଭିଏମ୍‌ ଟାମ୍ପରିଂ ହୁଏ ନାହିଁ। ଯେଉଁଠି କଂଗ୍ରେସ ହାରେ ସେଠାରେ ଇଭିଏମ୍‌ ଟାମ୍ପରିଂ ହୋଇଥାଏ। ଏଭଳି ଅଭିଯୋଗ କରିବା କଂଗ୍ରେସର ପୁରୁଣା ରୋଗ। ଏଭଳି ଅଭିଯୋଗର କୌଣସି ଯଥାର୍ଥତା ନ ଥିବା ଗୋଲକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri