ଜିଲାରେ ୨୬୪.୬ ମିମି ବର୍ଷା: ରାଜପଥରେ ଆଣ୍ଠୁଏ ପାଣି

ଅନୁଗୋଳ ଅଫିସ, ୯।୯ :ଲଗାଣ ବର୍ଷା ପରେ ରବିବାର ସକାଳୁ ପାଗ ଟିକେ ଶୁଖିଲା ଥିଲା। ଏପରି କି ମଧ୍ୟାହ୍ନ ପର୍ଯ୍ୟନ୍ତ ସହରର ପାଗ ଭଲ ରହିଥିଲା। ହେଲେ ଏହାପରେ ଆରମ୍ଭ ହୋଇଥିଲା ବର୍ଷା। ଗୋଟିଏ ଅସରା ପରେ ଆଉ ଏକ ବଡ଼ ଅସରା ସହ ପବନ ସହରବାସୀଙ୍କୁ ଭିଜାଇ ଦେଇଥିଲା। ସହର ଦେଇ ଯାଇଥିବା ୫୫ନଂ. ରାଜପଥ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଥିବା ବେଳେ ବିଭିନ୍ନ ତଳିଆ ଅଞ୍ଚଳରେ ଦୀର୍ଘ ସମୟ ଧରି ପାଣି ଜମି ରହିଥିଲା। ସେହିପରି ପାଲଲହଡ଼ା ଅଞ୍ଚଳରୁ ଜଣେ ଶିଶୁ ବର୍ଷା ପାଣିରେ ଭାସି ନିଖୋଜ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରେ ଓଡ୍ରାଫ୍‌ ଟିମ୍‌ ପହଞ୍ଚତ୍ ଖୋଜାଖୋଜି କରୁଛି।
ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜିଲାରେ ୨୬୪.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନୁଗୋଳରେ ୪୪.୦ ମିଲିମିଟର ବର୍ଷା ହୋଇଥିବାବେଳେ ବଅଁରପାଳରେ ୧୧.୬ ମିମି, ଛେଣ୍ଡିପଦାରେ ୧୬.୬ ମିମି, ତାଳଚେରରେ ୩୬.୦ ମିମି, କଣିହଁାରେ ୬୫.୨ ମିମି, ଆଠମଲ୍ଲିକରେ ୨୪.୦ ମିମି, କିଶୋରନଗରରେ ୨୯.୨ ମିମି, ପାଲଲହଡ଼ାରେ ୩୮.୦ ମିଲିମିଟର ବର୍ଷା ହୋଇଛି। କଣିହଁା ପରେ ଅନୁଗୋଳରେ ଅଧିକ ବର୍ଷା ହୋଇଥିବାରୁ ସହରର ବିଭିନ୍ନ ସ୍ଥାନ ପାଣିରେ ଭରି ଯାଇଥିଲା। ୫୫ ନମ୍ବର ଜାତୀୟ ରାଜପଥ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିବାରୁ କେଉଁଠି ଖାଲ ତାହା ଜଣାପଡ଼ି ନ ଥିଲା। ଫଳରେ କିଛି ପଥଚାରୀ ଦୁର୍ଘଟଣାର ଶିକାର ହୋଇଥିଲେ। ବିଶେଷକରି କାଲଟାକ୍ସ ଛକ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଖରାପ ଥିବା ସହ ବର୍ଷା ପରେ ଏହି ସ୍ଥାନରେ ଅଧିକ ଦୁର୍ଘଟଣା ଘଟୁଥିବାରୁ ତୁରନ୍ତ ରାଜପଥ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି। ବାରମ୍ବାର ପ୍ରତିଶ୍ରୁତି ମିଳୁଥିଲେ ବି ମରାମତି ବ୍ୟବସ୍ଥା ହେଉ ନ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି, ଏହି ରାସ୍ତାରେ କିପରି ପାଣି ନ ଜମିବ ସେଥିଲାଗି ଉଦ୍ୟମ ଚାଲିଛି। ଏହାର ସବୁଦିନିଆ ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri