ଜିଲାରେ ସ୍ବାସ୍ଥ୍ୟସେବା ଅନୁଧ୍ୟାନ କଲେ ୫ ଜଣିଆ ଟିମ୍‌

ଅନୁଗୋଳ ଅଫିସ, ୨୩।୮-ଜାତୀୟ ସ୍ବାସ୍ଥ୍ୟ ମିଶନର ଏକ ୫ ଜଣିଆ ଟିମ୍‌ ଗୁରୁବାର ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଜିଲାର ଅନ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଚିକିତ୍ସାଳୟଗୁଡ଼ିକରେ ସରକାରୀ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ଉକ୍ତ ଟିମ୍‌ ତାହାର ଅନୁଧ୍ୟାନ କରିଥିଲେ। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ମଧ୍ୟ ବୁଲି ଦେଖିଥିଲେ। ଏହାପରେ ପ୍ରସୂତି ଓ ଶିଶୁ ସ୍ବାସ୍ଥ୍ୟ ୱାର୍ଡ ପରିଦର୍ଶନ କରିଥିଲେ। ତେବେ ମୁଖ୍ୟ ଚିକିତ୍ସାଳୟରେ ଥିବା ନାନା ଅବ୍ୟବସ୍ଥା ଦେଖି କମିଟି ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।
ଏହି କମିଟିରେ ରାଜ୍ୟ ମାତୃ ସ୍ବାସ୍ଥ୍ୟ ପରାମର୍ଶଦାତା ସରୋଜ ପାଣିଗ୍ରାହୀଙ୍କ ସହ ରାଜ୍ୟ ଅର୍ଥ ପରିଚାଳକ ମଳୟ କୁମାର ପାଣିଗ୍ରାହୀ, ରାଜ୍ୟ ତଥ୍ୟ ପରିଚାଳକ ଶଶିଭୂଷଣ ଜେନା, ଗଁା କଲ୍ୟାଣ ସମିତିର ସହ ପରିଚାଳକ ବିକ୍ରମ କୁମାର ପ୍ରଧାନ, ଜିଲା ମାତୃ ଓ ପ୍ରଜନନ ଶିଶୁ ସ୍ବାସ୍ଥ୍ୟ ପରିଚାଳକ ସୂର୍ଯ୍ୟନାରାୟଣ ମାନସିଂହ ସାମିଲ ଥିଲେ। ଏହି ଟିମ୍‌ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ପରେ ପାଲଲହଡ଼ା, ଛେଣ୍ଡିପଦା, କଣିହଁା, ବନ୍ତଳା ଅଞ୍ଚଳରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ। ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ବେଳେ ଏହି ଟିମ୍‌ ପ୍ରସବ କକ୍ଷ, ଅନ୍ତର୍ବିଭାଗ, ବହିର୍ବିଭାଗ, ବ୍ଲକ କାର୍ଯ୍ୟକ୍ରମ ପରିଚାଳନା ବିଭାଗ, ଔଷଧ ବିତରଣ କକ୍ଷ, ଟିକା ସଂରକ୍ଷଣ ଗୃହ ଆଦି ପରିଦର୍ଶନ କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ଦ୍ୱାରା ଭବିଷ୍ୟତରେ ଜନସାଧାରଣଙ୍କୁ କିପରି ଆହୁରି ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସେ ନେଇ କାର୍ଯ୍ୟ କରିବାକୁ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସମୟରେ ସିଡିଏମ୍‌ଓ ପ୍ରତାପ କୁମାର ବେହେରା, ଏଡିଏମ୍‌ଓ ମେଡିକାଲ ଲକ୍ଷ୍ମୀନାରାୟଣ ବିଶୋଇ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବେହେରା କହିଛନ୍ତି, ପ୍ରତିବର୍ଷ ଟିମ୍‌ ଏପରି ତଦାରଖ କରିବାକୁ ଆସିଥାନ୍ତି। ଆସିଥିବା ୫ ଜଣିଆ ଟିମ୍‌ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ଭଲ ରିମାର୍କ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri