ଜିଲାରେ ପୁଣି ଜଣେ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଲା, ଦୁଇ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭଦ୍ରକ ଅଫିସ,୨୪ା୪: ଭଦ୍ରକ ଜିଲାରେ ଶୁକ୍ରବାର ପୁଣି ଜଣେ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ରୋଗୀ ସଂଖ୍ୟା ୧୨ରେ ପହଞ୍ଚିଛି। ତାଙ୍କର ବୟସ ୪୦ ବର୍ଷ। ଏହି ରୋଗୀ ଜଣକ ମଧ୍ୟ ବାସୁଦେବପୁର ବ୍ଲକର ବୋଲି ପ୍ରଶାସନ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ତାଙ୍କର ମଧ୍ୟ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ଅରଣ୍ଢଆ ଓ ବ୍ରାହ୍ମଣୀ ଗାଁ ପଞ୍ଚାୟତକୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇ ରାସ୍ତା ସିଲ୍‌ କରାଯାଇଛି। ଅନ୍ୟପକ୍ଷରେ ଜିଲାରେ ୬୦ ଘଣ୍ଟିଆ ସଟ୍‌ଡାଉନ ଘୋଷଣା କରାଯାଇଛି। ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହିଭଳି ପଦକ୍ଷେପ ନିଆଯାଇଛି। ଏହି ସଟ୍‌ଡାଉନ ସମୟରେ ସ୍କ୍ରିନିଂ ପ୍ରକ୍ରିୟା ଜୋର୍‌ଦାର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।