ଜିଲାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

କେନ୍ଦ୍ରାପଡା ଅଫିସ, ୨୭ା୫ : ଆସନ୍ତା ଜୁନ ସୁଦ୍ଧା ଓଡ଼ିଶାରେ ମୌସୁମୀ ବାୟୁ ପ୍ରବାହିତ ହେବ ବୋଲି ପାଣି ବିଭାଗ ପୂର୍ବନୁମାନ କରିଛି। ମାତ୍ର ଏହି ସୂଚନାକୁ ଜିଲା ସ୍ବାସ୍ଥ୍ୟ ବିଭାଗ, ବ୍ଲକ, ଜିଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଅଣଦେଖା କରାଯାଉଛି। ଫଳରେ ଜିଲାବାସୀ ମ୍ୟାଲେରିଆ କବଳରେ ପଡ଼ିିବାର ଆଶଙ୍କା ରହିଛି ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ସୂଚନାଯୋଗ୍ୟ, ବର୍ଷା ଆସିଲେ ଡ଼େଙ୍ଗୁ, ମ୍ୟାଲେରିଆ ଓ ଝାଡ଼ାବାନ୍ତି ଆଦି ଜଳବାହିତ ରୋଗବାହକଙ୍କ ବଂଶ ବୃଦ୍ଧି ଘଟେ ା ଏହାର ନିରାକରଣ ଓ ସମୟୋଚିତ ପଦକ୍ଷେପ ପାଇଁ ରାଷ୍ଟ୍ରୀୟ ଓ ରାଜ୍ୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ଜନ ସଚେତନା କରାଯାଉଛି। ଏହି କାର୍ଯ୍ୟକ୍ରମକୁ ଜୋରଦାର କରିବା ସହ ପରିମଳ ବ୍ୟବସ୍ଥାକୁ ସଜାଡ଼ିବା ହେଉଛି ଜିଲା ପ୍ରଶାସନର ଦାୟିତ୍ୱ। ମାତ୍ର ଆଗାମୀ ବର୍ଷା ଋତୁରେ ଜଳବାହିତ ରୋଗର ମୁକାବିଲା ପାଇଁ ଜିଲା ଓ ବ୍ଲକ ପ୍ରଶାସନ କୌଣସି ଦୃଢ଼ ପଦକ୍ଷେପ ନିଆଯାଇ ନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଏହା ଦୁର୍ଭାଗ୍ୟଜନକ ବୋଲି ସହରର ମନୋଜ କୁମାର କର କହିଛନ୍ତି। ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ୫୪ ଗ୍ରାମ ମ୍ୟାଲେରିଆପ୍ରବଣ ଚିହ୍ନଟ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇରେ ଏହାର ପ୍ରଭାବ ବେଶି ରହିଛି। ୨୦୧୯ ଏପ୍ରିଲ ୨୫ ସୁଦ୍ଧା ଜିଲାର ୧୫୨ ଜଣ ମ୍ୟାଲେରିଆ ରୋଗରେ ପୀଡିତ ଥିବା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡିଛି। ଏହାବ୍ୟତୀତ ପ୍ରତିବର୍ଷ ଡେଙ୍ଗୁ ଓ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ୁଛି। ୨୦୧୮ ଜୁଲାଇ ଶେଷ ସୁଦ୍ଧା ଜିଲାର ୮ ହଜାରରୁ ଊର୍ଦ୍ଧ୍ୱ ଝାଡାବାନ୍ତି ରୋଗୀରେ ପୀଡିତ ହୋଇଛନ୍ତି।
ଏ ସମ୍ପର୍କରେ ଡା. ରମେଶଚନ୍ଦ୍ର ମଲ୍ଲିକ କୁହନ୍ତି ଯେ, ଜଳବାହିତ ରୋଗ ପାଇଁ ସମସ୍ତେ ସଚେତନ ହେବା ଦରକାର। ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ପ୍ରବଳ ଜ୍ୱର ଆସିବା ପରି ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ପରୀକ୍ଷା କରାଇବା ଆବଶ୍ୟକ ବୋଲି କହିଛନ୍ତି। ରାଜନଗର ବ୍ଲକ ଅନ୍ତର୍ଗତ ମଗରକନ୍ଦାର ମହେଶ୍ୱର ଯେନା, ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଗ୍ରାମର ହୃଷୀକେଶ ଦାଶ, ଆଳି ବ୍ଲକ ସାନମଙ୍ଗର ଆଶୁତୋଷ ସ୍ବାଇଁ ପ୍ରମୁଖ କୁହନ୍ତିଯେ ତାଙ୍କ ଘର ନିକଟରୁ ଅନୂ୍ୟନ ୧୦ କିଲୋମିଟର ଦୂରରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ରାସ୍ତା ବେହାଲ ଥିବାରୁ ବର୍ଷାଦିନେ ଚିକିତ୍ସାଳୟକୁ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବର୍ଷା ଋତୁରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ଗ୍ରାମକୁ ଅନୂ୍ୟନ ୧୫ ଦିନରେ ଥରେ କ୍ୟାମ୍ପ କରି ବିଭିନ୍ନ ରୋଗର ରକ୍ତ ପରୀକ୍ଷା କରାଇଲେ ଏହାର ସୁଫଳ ମିଳିପାରନ୍ତା ବୋଲି ସେ କହିଛନ୍ତି। ମନକରପୁରର ଗୋଲେଖ ଚନ୍ଦ୍ର ପଢ଼ିଆରୀ ପରିମଳ ବ୍ୟବସ୍ଥା ଓ ସ୍ବାସ୍ଥ୍ୟସେବା ନେଇ ଅସନ୍ତୋଷବ୍ୟକ୍ତ କରି କହିଛନ୍ତି ଯେ, ଜିଲାରେ ପୁରୁଣା ଢାଞ୍ଚାରେ ପ୍ରସ୍ତୁତ ହୋଇଥିବା ସ୍ବେରେଜ ସିଷ୍ଟମ ଏବେ କାମ କରୁନାହିଁ। ଏହି ଡ୍ରେନେଜ୍‌ ସିଷ୍ଟମଗୁଡିକର ପୁନରୁଦ୍ଧାର କରା ନ ଯାଇ କେବଳ ନୂତନ ରାସ୍ତା ନିର୍ମାଣ ଚାଲିଛି। ଫଳରେ ବର୍ଷା ଓ ଉଦ୍‌ବୃତ୍ତ ଜଳ ନିଷ୍କାସିତ ହୋଇ ନ ପାରି ଖାଲୁଆ ସ୍ଥାନରେ ଜମି ରହୁଛି। ଏହାବ୍ୟତୀତ ସହରରେ ବହୁ ପୋଖରୀ, ଗଡିଆରେ ପରିତ୍ୟକ୍ତ ଅବସ୍ଥାରେ ଥିତ୍ବାରୁ ମଶା ମାଛିଙ୍କ ଉତ୍ପତ୍ତିସ୍ଥଳ ପାଲଟିଛି। ଫଳରେ ପ୍ରତ୍ୟେକ ବର୍ଷ ମେଲେରିଆ ସହିତ ଝାଡାବାନ୍ତି ରୋଗ ବ୍ୟାପିବାର ଲାଗିଛି। କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜସ ସମ୍ପାଦକ ମହମ୍ମଦ ଜାହିଦ୍‌ ଖାନ କୁହନ୍ତିଯେ ଜିଲାରେ ପ୍ରତିବର୍ଷ ନିଧିମଉସା ସଚେତନତା ରଥ, ମୋ ମଶାରୀ, ପୌରାଞ୍ଚଳ ମଶାମରା ଅଭିଯାନ ପାଇଁ ସରକାରଙ୍କ ପକ୍ଷରୁ ଔଷଧ ଓ ଅନୁଦାନ ରାଶି ଆସୁଛି। ମାତ୍ର ଏହି ଅନୁଦାନ ରାଶି କାଗଜ କଲମରେ ଠିକ୍‌ ଥିବାବେଳେ ବାସ୍ତବରେ ହଡ଼ପ ହେବାରେ ଲାଗିଛି।
ଏ ସମ୍ପର୍କରେ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର କୁହନ୍ତି, ଆଗାମୀ ଜୁନରେ ମ୍ୟାଲେରିଆ ନିରାକରଣ ମାସ ଭାବେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଏକ ଟ୍ୟାକ୍ସଫୋର୍ସ କମିଟି ଗଠନ ହୋଇ ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri