ଜିଲାପାଳ, ଏସ୍‌ପିଙ୍କୁ ଭେଟିଲେ ଜିଲା ମହିଳା ହ୍ୟାଣ୍ଡବଲ୍‌ ଦଳ

ଜଗତ୍‌ସିଂହପୁର ଅଫିସ,୧୮ା୧୨: ନିକଟରେ ଓଡ଼ିଶା ହ୍ୟାଣ୍ଡବଲ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ଜଗତ୍‌ସିଂହପୁର ଜିଲା ହ୍ୟାଣ୍ଡବଲ୍‌ ଆସୋସିଏସନ୍‌ ତରଫରୁ ଆୟୋଜିତ ଓଡ଼ିଶା ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ଜଗତ୍‌ସିଂହପୁର ଜିଲା ମହିଳା ହ୍ୟାଣ୍ଡବଲ୍‌ ଦଳ ଚାମ୍ପିୟନ ହେବାର ଗୌରବ ହାସଲ କରିଛି। ଏହାପରେ ମଙ୍ଗଳବାର ଦଳର ଖେଳାଳିମାନେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଏସ୍‌ପି ପ୍ରକାଶ ଆର୍‌ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ଜିଲାପାଳ ଓ ଏସ୍‌ପି ସେମାନଙ୍କୁ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ। ଜିଲାପାଳ କହିଥିଲେ, ୨୦୨୦ ଜାନୁୟାରୀ ପ୍ରଥମ ସପ୍ତାହରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଦଳର କୃତିତ୍ୱକୁ ନେଇ ଏକ ପ୍ରଦର୍ଶନୀ କରାଯିବ। ଏହିଦିନ ସମସ୍ତ ଖେଳାଳିଙ୍କୁ ଟ୍ରାକ୍‌ ସୁଟ୍‌ ଓ ଜୋତା ପ୍ରଦାନ କରାଯିବ। ଏଥିସହ ଜାନୁୟାରୀ ୨୬ରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ କରାଯିବାକୁ ପରାମର୍ଶ ଦେଇଥିଲେ। ଏସ୍‌ପି ଦଳରେ ସ୍ଥାନ ପାଇଥିବା ୬ ଜଣ ପୋଲିସ ଖେଳାଳିଙ୍କୁ ବତନ୍ତ୍ର ଭାବେ ପ୍ରୋତ୍ସାହନ ଦେବେ ବୋଲି ଘୋଷଣା କରିଥିଲେ। ଜିଲା ହ୍ୟାଣ୍ଡବଲ୍‌ ଆସୋସିଏଶନ୍‌ ପ୍ରତିଷ୍ଠାତା ପ୍ରିୟନାଥ ରାୟ, ସଭାପତି ବିପ୍ଳବ ଚୌଧୁରୀ, ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଦାସ, ଉପସଭାପତି ବିଜୟ ରାଉତ, କୋଚ୍‌ ଶ୍ରୀନିବାସ ରାଉତ, ପ୍ରସାଦ ରାୟ, ସଂଗ୍ରାମ କେଶରୀ ସ୍ବାଇଁ, ନିହାର ରଞ୍ଜନ ଜେନା, ସତ୍ୟସୂର୍ଯ୍ୟ ମଲ୍ଲିକ, ବୈଶାଳୀ ଭୋଇ, ମହିଳା ଦଳର କ୍ୟାପଟେନ୍‌ ପୁଷ୍ପାଞ୍ଜଳି ସ୍ବାଇଁ, ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଖେଳାଳି ସେମାନଙ୍କ ନାନା ସମସ୍ୟା ଓ ତାର ସମାଧାନ ପାଇଁ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri