ଦାରିଙ୍ଗବାଡି,୪।୨(ଅରୁଣ ସାହୁ):କନ୍ଧମାଳ ଜିଲାର ପୂର୍ବତନ ଜିଲାପାଳ ତଥା ଏବେକାର ଖୋର୍ଦ୍ଧା ଜିଲାପାଳ ଅମ୍ରିତ ଋତୁରାଜଙ୍କ ଦ୍ୱାରା ଲେଖାଯାଇଥିବା ପୁସ୍ତକ ‘ପାର୍ଶ୍ୱସ୍ରୋତ’ ଉନ୍ମୋଚନ ହୋଇଯାଇଛି। କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଦୁର୍ଗମ ଅଞ୍ଚଳରେ ଜନଜାତି, କୁଟିଆ କନ୍ଧଙ୍କ ଜୀବନୀ ପାରମ୍ପରିକ ଚଳଣି ସହ କନ୍ଧମାଳର ସାହିତ୍ୟ, ସଂସ୍କୃତି, ପରମ୍ପରା ଖାଦ୍ୟ ଆଦିକୁ ନେଇ ଏହି ପୁସ୍ତକଟି ଲେଖାଯାଇଛି।
ଏହି ପୁସ୍ତକକୁ ନେଇ ଏବେ କନ୍ଧମାଳରେ ଖୁବ ଚର୍ଚ୍ଚା ହେଉଥିବାବେଳେ ପାଠକମାନେ ଅନଲାଇନରେ ମଗାଇ ପଢିବା ସହ ଦୁର୍ଗମ ଅଞ୍ଚଳ ବିଷୟରେ ଜାଣିବାକୁ ପ୍ରୟାସ କରାଯାଏ। ଏହାସହ ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ପ୍ରଂଶସା କରୁଥିବା ଜଣାପଡିଛି। ଏହି କ୍ରମରେ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ମଧ୍ୟ ଉକ୍ତ ପୁସ୍ତକ ଆମାଜନରୁ ମଗାଇଥିବା ଜଣାପଡ଼ିଛି। ସେ ଏହି ଦୁର୍ଗମ ଅଞ୍ଚଳର ଲେଖାକୁ ନେଇ ଖୋର୍ଦ୍ଧା ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଭୁୟସୀ ପ୍ରଂଶସା କରିଛନ୍ତି। ଏହି ପୁସ୍ତକ ବିଡ଼ିଓ ରଥ କିଣିଥିବା ଜାଣି ଖୋର୍ଦ୍ଧା ଜିଲାପାଳ ମଧ୍ୟ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।
Dharitri – Odisha’s No.1 Odia Daily

