Categories: ବୌଦ୍ଧ

ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ବୁଲିଲେ ପ୍ରବାସୀ ଶ୍ରମିକ

ବୌଦ୍ଧ,୨୩ା୫(ସ୍ବ.ପ୍ର.)-କରୋନା ନେଇ ସମସ୍ତେ ଭୟଭୀତ ଥିବା ବେଳେ ସରକାର ଓ ପ୍ରଶାସନ ଏହାର ମୁକାବିଲା ପାଇଁ ପ୍ରୟାସ ଚଳାଇଛନ୍ତି ା ବୌଦ୍ଧ ଜିଲାରେ ୧୦୧ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯାଇ ଥିବା ବେଳେ ୫୬ କେନ୍ଦ୍ରରେ କେବଳ ପ୍ରବାସୀ ଶ୍ରମିକଙ୍କୁ ରଖିବାର ବ୍ୟବସ୍ଥା କରାଯାଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରଗୁଡିକର ସମସ୍ତ ଦାୟିତ୍ୱ ସ୍ଥାନୀୟ ସରପଞ୍ଚମାନଙ୍କୁ ନ୍ୟସ୍ତ କରାଯାଇଛି ଓ ପ୍ରବାସୀ ଶ୍ରମିକଙ୍କ ଖାଇବା ପାଇଁ ସରକାର ସମସ୍ତ ଖର୍ଚ୍ଚ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । କିନ୍ତୁ ଜିଲାର କେତେକ ପଞ୍ଚାୟତରେ ଅବ୍ୟବସ୍ଥା ଯୋଗୁ ବହୁ ସମୟରେ ପ୍ରବାସୀ ଶ୍ରମିକମାନେ ହଇରାଣ ହେଉଛନ୍ତି ା ଶନିବାର ଏମିତି ଏକ ଘଟଣା ଦେଖିବାକୁ ମିଳିଛି ା ବିଭିନ୍ନ ପଞ୍ଚାୟତର ୧୫ ଜଣ ପ୍ରବାସୀ ଶ୍ରମିକ ଏକ ବସ ଯୋଗେ ତାମିଲନାଡୁରୁ ଆସି ବୌଦ୍ଧରେ ପହଞ୍ଚତ୍ଥିଲେ । କିନ୍ତୁ ସେମାନେ କେଉଁଠି ପ୍ରଥମେ ଯିବେ କେହି କିଛି ନ ଶୁଣିବାରୁ ବସ ଧରି ସିଧା ଜିଲାପାଳଙ୍କ ଅବାସିକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ। ସେଠାରେ ଗାଡିରୁ ଓହ୍ଳାଇ ଶ୍ରମିକମାନେ ଏଣେ ତେଣେ ବୁଲାବୁଲି ମଧ୍ୟ କରିଥିଲେ। ସୂଚନା ପାଇ ପୋଲିସ ପହଞ୍ଚତ୍ ସେମାନଙ୍କୁ ମହାନଦୀ ବ୍ରିଜଛକ ପାଖକୁ ନେଇଥିଲା ା ପରେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ତିନି ବ୍ଲକର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ ପଠାଯାଇଥିଲା। ପରେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଥିବା ଜଣାଯାଇଛି। ମନମୁଣ୍ଡାଠାରେ ଚେକ୍‌ଗେଟ ନିର୍ମାଣ କରି ପ୍ରବାସୀ ଶ୍ରମିକମାନଙ୍କୁ ସେହିଠାରୁ ସ୍ବତନ୍ତ୍ର ଗାଡିରେ ନିଜ ପଞ୍ଚାୟତ ପାଇଁ ଉର୍ଦ୍ଦିଷ୍ଟ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବାକୁ ବ୍ୟବସ୍ଥା ହୋଇଛି ା କିନ୍ତୁ କିପରି ଶ୍ରମିକମାନେ ଅବାଧରେ ପଶି ଆସୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଫଳରେ ଆଗାମୀ ଦିନରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ା