Categories: ଜାତୀୟ

ଜିଲାପାଳଙ୍କୁ ପାଲିଙ୍କିରେ ପାଛୋଟି ନେଲେ ଗ୍ରାମବାସୀ

ସିଆହା,୩୦।୮: ମିଜୋରାମର ତିପୋଶିରେ ଥିବା ଏକ ଅପହଞ୍ଚ ଅଞ୍ଚଳକୁ ଯେତେବେଳେ ଜିଲାପାଳ ପହଞ୍ଚିଥିଲେ ସେତେବେଳେ ସେଠାକାର ଲୋକଙ୍କ ଖୁସି କହିଲେ ନ ସରେ। ଏମାନେ ଜିଲାପାଳଙ୍କୁ ଏକ ପାଲିଙ୍କିରେ ପାଛୋଟି ନେବାର ଦୃଶ୍ୟ ଥିଲା ସବୁଠାରୁ ନିଆରା। କାରଣ ଜିଲାପାଳ ଭୂପେଶ ଚୌଧୁରୀ ଯେତେବେଳେ ଏହି ଅପହଞ୍ଚ ଗାଁରେ ପହଞ୍ଚିଥିଲେ ସେତେବେଳେ ସେଠାକାର କେତେଜଣ ଯୁବକ କାଠରେ ପାଲିଙ୍କି ଭଳି ତିଆରି କରି ତା’ଉପରେ ଚାଦର ବିଛାଇ ଜିଲାପାଳଙ୍କୁ ବସାଇ କାନ୍ଧରେ କାନ୍ଧେଇ ଗାଁ ଭିତରକୁ ନେଇ ଯାଇଥିଲେ। ପ୍ରଥମ ଥର ଲାଗି ଜଣେ ସରକାରୀ ଅଧିକାରୀ ଗାଁକୁ ଆସିଥିବାରୁ ଗ୍ରାମବାସୀ ବେଶ୍‌ ଖୁସି ଅନୁଭବ କରିଥିଲେ। ଏହାପରେ ଜିଲାପାଳ ଗାଁର ରାସ୍ତାଘାଟ ଅବସ୍ଥା ନିରୀକ୍ଷଣ କରି ଫେରିଥିଲେ।

Share