‘ଜିରୋ ପେସେଣ୍ଟ’ ଏବେ କରୋନା ମୁକ୍ତ: ତାଙ୍କଠାରୁ ବ୍ୟାପିଥିଲା ମହାମାରୀ !

ବେଜିଂ,୩୦।୩: ଚାଇନାର ଉହାନର ମାଛ ବଜାରର ଚିଙ୍ଗୁଡ଼ି ବିକାଳି ମହିଳାଙ୍କଠାରୁ ମହାମାରୀ କରୋନା ସଂକ୍ରମଣ ବ୍ୟାପିଥିଲା। ୫୭ ବର୍ଷ ବୟସ୍କ ଓ୍ବିଇ ଗୁଇଜିଆନ୍‌ଙ୍କୁ ଥଣ୍ଡା ହୋଇଥିଲା। ସେ ଏହାକୁ ଅଣଦେଖା କରିଥିଲେ। ଏହା ସାଧାରଣ ଥଣ୍ଡା ବୋଲି ସେ ଧରିନେଇ ଏହାକୁ ଅଣଦେଖା କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କଠାରୁ କରୋନା ଅନ୍ୟ ମାନଙ୍କୁ ସଂକ୍ରମିତ ହୋଇଥିବାର ଅନୁମାନ କରାଯାଉଛି। ଓ୍ବିଇଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ଜାନୁୟାରୀରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଗତ ଡିସେମ୍ବର ୧୦ରେ ସେ ଚିଙ୍ଗୁଡ଼ି ବିକ୍ରି କରୁଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ତେବେ ମହିଳା ଜଣଙ୍କ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏକ ଶୌଚାଳୟରୁ ଫେରିବା ପରେ ଥଣ୍ଡାରେ ପୀଡ଼ିତ ହୋଇଥିବା କହିଥିଲେ। ଓ୍ବିଙ୍କଠାରୁ ଚିଙ୍ଗୁଡ଼ି ବଜାରର ୨୪ ଜଣଙ୍କୁ କରୋନା ସଂକ୍ରମିତ ହୋଇଥିଲା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ବିମାନ ଉଡ଼ାଇବା ପୂର୍ବରୁ ମଦ ପିଇଦେଇଥିଲେ ଏୟାରଇଣ୍ଡିଆ ପାଇଲଟ: ଆଉ ତା’ପରେ…

ଓଟାଓ୍ବା,୧।୧: କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଛି। ଡିସେମ୍ବର ୨୩, ୨୦୨୫ରେ ଭାନକୁଭର-ଦିଲ୍ଲୀ (ଭିଏନା ଦେଇ) ଉଡ଼ାଣ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ନୂଆବର୍ଷ ଆରମ୍ଭରୁ ଆମେରିକାକୁ ବଡ଼ ଝଟକା ଦେଲା ଏହି ୨ ଦେଶ, ଟ୍ରମ୍ପଙ୍କ ନିଦ ହଜିଲା…

ଓ୍ବାଶିଂଟନ୍‌,୧।୧: ନୂତନ ବର୍ଷର ପ୍ରଥମ ଦିନରେ ଆମେରିକା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଦୁଇଟି ଦେଶ ଆମେରିକୀୟ ନାଗରିକଙ୍କୁ...

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri