Categories: ବାଣିଜ୍ୟ

ଜିଡିପି ହ୍ରାସକୁ ନେଇ ଚିନ୍ତିତ ନୁହେଁ:ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ,୧୩-୧୨: ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଯୋଗୁ ଦେଶର ଜିଡିପି ଅଭିବୃଦ୍ଧି ଏବେ ହ୍ରାସ ଘଟିଛି। ହେଲେ ଏହାକୁ ନେଇ ବିଶେଷ ଚିନ୍ତିତ ନୁହେଁ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ସେ କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥା ଏଭଳି କିଛି କାର୍ଯ୍ୟକଳାପ ହେଉଛି ଯାହାର ପ୍ରଭାବ ନିଶ୍ଚୟ ଦେଖାଯିବ। ୟୁପିଏ ସରକାରଙ୍କ ସମୟରେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ମୁଖାର୍ଜୀ କହିଛନ୍ତି, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ପୁନଃ ପୁଞ୍ଜିକରଣ କରିବାରେ କୌଣସି ଅସୁବିଧା ନାହିଁ। ଏବେ ବ୍ୟାଙ୍କଗୁଡିକ ପୁଞ୍ଜି ଆବଶ୍ୟକତା କରୁଥିବାରୁ ଏହା ଯୋଗାଇ ଦେବା ଉଚିତ ହେବ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ୟାର ସମାଧାନ ଲାଗି ଆଲୋଚନାର ପ୍ରକ୍ରିୟା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଏହା ବାଦ ସରକାର ଠିକ୍‌ ଡାଟା ପ୍ରଦାନ ନ କରିଲେ ଏହା ବ୍ୟବସ୍ଥା ଲାଗି ଖରାପ ପ୍ରଭାବ ପକାଇବ ବୋଲି ସେ ମତ ରଖିଛନ୍ତି।

Share