Categories: ଫୁରସତ

ଜିଞ୍ଜର ବ୍ରେଡ୍‌ ସ୍ଥାପତ୍ୟ

ଆପଣ ଦେଖୁଥିବା ଡ୍ରାଗନ୍‌, ଡାଇନୋସର୍‌, ଟ୍ରିମ୍ୟାନର ଏହି ସ୍ଥାପତ୍ୟଗୁଡ଼ିକ କୌଣସି ଧାତୁ କିମ୍ବା ମାଟିରେ ତିଆରି ହୋଇନାହିଁ। ବରଂ ଏହା ତିଆରି ହୋଇଛି ଜିଞ୍ଜର ବ୍ରେଡ୍‌(ଏକ ପ୍ରକାରର ମସଲା ବ୍ରେଡ୍‌)ରେ। ନରଓ୍ବେର କେକ୍‌ ଆର୍ଟିଷ୍ଟ କାରୋଲିନ୍‌ ଏରିକ୍‌ସନ୍‌ ଏହାକୁ ତିଆରି କରିଛନ୍ତି। ୨୦୧୩ରୁ ସେ ଏଭଳି ସ୍ଥାପତ୍ୟ କରିବା ଆରମ୍ଭ କରିଛନ୍ତି। ଏହାକୁ କରିବା ପାଇଁ ପ୍ରଥମେ ସେ ଏକ ଲୁହାର ଛାଞ୍ଚ ତିଆରି କରନ୍ତି। ଏହା ଉପରେ ବ୍ରେଡ୍‌କୁ ଲଗାଇ ଏକ ରୂପ ଦିଅନ୍ତି। ତେବେ ଏଥିପାଇଁ ସେ ବ୍ରେଡ୍‌ର ରେସିପି ଟିକେ ବଦଳାଇ ଥାଆନ୍ତି। ଏଥିରେ ବେକିଂ ପାଉଡର ବ୍ୟବହାର କରାଯାଏନାହିଁ। ଫଳରେ ଜିଞ୍ଜର ବ୍ରେଡ୍‌ ଶକ୍ତ ହୁଏ ଓ ଏହାର ଉପରି ଭାଗରେ ଛିଦ୍ର ରହେନା। ବ୍ରେଡ୍‌ରେ ଅଧିକ ଚିନି ବି ବ୍ୟବହାର କରାଯାଇଥାଏ। ପ୍ରତିବର୍ଷ କ୍ରିସ୍‌ମାସ ପୂର୍ବରୁ ସେ ଏଭଳି ବ୍ରେଡ୍‌ ସ୍ଥାପତ୍ୟ ଗଢୁଛନ୍ତି। ଆଉ ସୋସିଆଲ ମିଡିଆରେ ଏହାର ଫଟୋ ଶେୟାର କରି ଚର୍ଚ୍ଚାରେ ରହୁଛନ୍ତି।

Share