Categories: ବାଣିଜ୍ୟ

ଜିଓରେ ୧.୧୫% ଅଂଶଧନ କିଣିଲା ସିଲ୍‌ଭର ଲେକ୍‌

ନୂଆଦିଲ୍ଲୀ,୪।୫:ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟ୍‌ଫର୍ମରେ ଆମେରିକାଭିତ୍ତିକ ଘରୋଇ ଇକ୍ୱିଟି ଫାର୍ମ ସିଲ୍‌ଭର ଲେକ୍‌ ୧.୧୫% ଅଂଶଧନ କ୍ରୟ କରିଛି। ଏଥିଲାଗି ଉକ୍ତ କମ୍ପାନୀ ୫,୬୫୫.୭୫ କୋଟି ନିବେଶ କରିଥିବା ଜଣାପଡ଼ିଛି। ଜିଓର ୯.୯୯% ଅଂଶଧନ ଫେସ୍‌ବୁକ୍‌ କିଣିବା ପରେ ଗତ ୧୫ ଦିନ ମଧ୍ୟରେ ଏହା ଅନ୍ୟ ଏକ ବଡ଼ ନିବେଶ। ନୂଆ ନିବେଶ ଦ୍ୱାରା ଜିଓର କ୍ରେଡିଟ ପଜିଟିଭ ରହିବ ବୋଲି ରେଟିଂ ଏଜେନ୍ସି ମୁଡିସ ପ୍ରକାଶ କରିଛି। ଜିରୋ ଡେଟ୍‌ କମ୍ପାନୀ ଭାବେ ରିଲାଏନ୍ସକୁ ରୂପାନ୍ତରିତ କରିବା ଦିଗରେ ଏଭଳି ନିବେଶ ଏକ ଉଲ୍ଲେଖନୀୟ ଯୋଗଦାନ ରଖିବ ବୋଲି ବିଶେଷଜ୍ଞ କହିଛନ୍ତି।

Share