Categories: ବାଣିଜ୍ୟ

ଜିଏସ୍‌ଟି ବାର୍ଷିକ ରିଟର୍ନ ଫାଇଲ ସୀମା ବଢ଼ିଲା

ନୂଆଦିଲ୍ଲୀ,୭।୫: ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ ଟି)ର ବାର୍ଷିକ ରିଟର୍ନ ଫାଇଲ କରିବା ଶେଷ ସୀମାକୁ ସରକାର ବଢ଼ାଇ ଦେଇଛନ୍ତି। ଏହା ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଯାଏ ବୃଦ୍ଧି ହୋଇଥିବା କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ବୁଧବାର ଜାରି ବିଜ୍ଞପ୍ତିରେ କୁହାଯାଇଛି। ସେହିଭଳି ମାର୍ଚ୍ଚ ୨୪ ପୂର୍ବରୁ ଜେନେରେଟ ହୋଇଥିବା ଇଓ୍ବେ ବିଲ୍‌ ଏବଂ ଯାହାର ସୀମା ମାର୍ଚ୍ଚ ୨୦ ଓ ଏପ୍ରିଲ ୧୫ ରହିଥିଲା ତା’ର ସୀମାକୁ ମେ ୩୧ ଯାଏ ବୃଦ୍ଧି କରାଯାଇଛି। ସରକାରଙ୍କ ଏଭଳି ପଦକ୍ଷେପ ଶିଳ୍ପଜଗତ ଲାଗି ଲାଭକାରୀ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Share