Categories: ବାଣିଜ୍ୟ

ଜିଏସ୍‌ଟି ପରିସରକୁ ଶୀଘ୍ର ଆସିପାରେ ଗ୍ୟାସ,ଏଟିଏଫ୍‌

ନୂଆଦିଲ୍ଲୀ,୩୦-୧୦: ପ୍ରାକୃତିକ ବାଷ୍ପ, ବିମାନ ଇନ୍ଧନ ବା ଆଭିଏଶନ ଟର୍ବାଇନ ଫୁଏଲ(ଏଟିଏଫ୍‌) ଶୀଘ୍ର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିସରକୁ ଆସିବା ନେଇ ସମ୍ଭାବନା ରହିଛି। ସରକାର ଏନେଇ କଥାବର୍ତ୍ତା ଆରମ୍ଭ କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଜିଏସ୍‌ଟି ପରିଷଦ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ଲାଗି ଅର୍ଥ ମନ୍ତ୍ରଣାଳୟ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି। ଜିଏସ୍‌ଟି ପରିସରକୁ ଏଗୁଡିକୁ ଆଣିବା ଲାଗି ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥମନ୍ତ୍ରଣାଳୟକୁ କୁହାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟ ଜିଏସ୍‌ଟି ପରିଷଦ ବୈଠକରେ ଏହି ପ୍ରସ୍ତାବ ଉପରେ ସବିଶେଷ ଆଲୋଚନା ନେଇ ଅର୍ଥ ମନ୍ତ୍ରଣାଳୟ ବିଭିନ୍ନ ଦିଗକୁ ବିଚାର କରୁଥିବା ଜଣାପଡିଛି।

Share