ଜିଏସ୍‌ଟି କାଉନସିଲ୍‌ର ବଡ଼ ନିଷ୍ପତ୍ତି: ହୋଟେଲ ଶିଳ୍ପକୁ ପ୍ରୋତ୍ସାହନ

ପଣଜୀ,୨୧ା୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଜିଏସ୍‌ଟି କାଉନସିଲର ୩୭ତମ ବୈଠକ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମାନ୍ଦାବସ୍ଥା ଘେରରେ ଥିବା ହୋଟେଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କାଉନସିଲ କେତେକ ନିଷ୍ପତ୍ତି ନେଇଛି।
ବୈଠକ ଶେଷରେ ଅର୍ଥମନ୍ତ୍ରୀ ସୀତାରାମନ୍‌ ଏଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ପର୍ଯ୍ୟଟନ ଶିଳ୍ପର ଅଙ୍ଗ ଭାବେ ପରିଗଣିତ ହୋଟେଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଏଣିକି ୧ ହଜାର ଟଙ୍କା ପର୍ଯ୍ୟନ୍ତ ହୋଟେଲ ରୁମ୍‌ ପାଇଁ କୌଣସି ଜିଏସ୍‌ଟି ଲାଗୁ କରାଯିବ ନାହିଁ। ସେହିପରି ୧୦୦୧ରୁ ୭୫୦୦ ଟଙ୍କା ପର୍ଯ୍ୟନ୍ତ ରୁମ୍‌ ପାଇଁ ୧୨% ଏବଂ ୭୫୦୦ ଟଙ୍କାରୁ ଊର୍ଦ୍ଧ୍ୱର ରୁମ୍‌ ପାଇଁ ୧୮% ଜିଏସ୍‌ଟି ଆଦାୟ କରାଯିବ। ପୂର୍ବରୁ ସମସ୍ତ ପ୍ରକାର ହୋଟେଲ ରୁମ୍‌ ପାଇଁ ୨୮% ଜିଏସ୍‌ଟି ଆଦାୟ କରାଯାଉଥିଲା। ତେବେ ମୃଦୁ ପାନୀୟ ମହଙ୍ଗା ହେବାକୁ ଯାଉଛି। ସୀତାରାମନ୍‌ କହିଛନ୍ତି ଯେ, କାଉନସିଲ୍‌ ମୃଦୁ ପାନୀୟ ଉପରେ ଜିଏସ୍‌ଟି ହାରକୁ ୧୮ରୁ ୨୮%କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଛଡ଼ା ଏହା ଉପରେ ଅତିରିକ୍ତ ୧୨% କ୍ଷତିପୂରଣ ସେସ୍‌ ଆଦାୟ କରାଯିବ। ସୀତାରାମନ୍‌ କହିଛନ୍ତି ଯେ, ଫୁଲ, ପତ୍ର ଏବଂ ବାୟୋଫ୍ରେଣ୍ଡଲି ସାମଗ୍ରୀରେ ତିଆରି କପ୍‌,ପ୍ଲେଟ୍‌ ଉପରେ କୌଣସି ଜିଏସ୍‌ଟି ଆଦାୟ କରାଯିବ ନାହିଁ। ସେହିଭଳି ରେଳ କୋଚ୍‌ ଓ ଓ୍ବାଗନ ଉପରେ ଜିଏସ୍‌ଟିକୁ ୫ରୁ ୧୨%କୁ ବୃଦ୍ଧି କରାଯାଇଛି। ସେହିଭଳି ଜାହାଜରେ ବ୍ୟବହୃତ ତେଲ ଉପରେ ଜିଏସ୍‌ଟିକୁ ୧୮ରୁ ୫%କୁ ହ୍ରାସ କରାଯାଇଛି। ଉଭେନ/ନନ୍‌ ଉଭେନ ପଲିଥିନ ବ୍ୟାଗ ଉପରେ ଏକପ୍ରକାର ୧୨% ଜିଏସ୍‌ଟି ଆଦାୟ କରାଯିବ। ଏହାଛଡା ବିଦେଶୀ

ନିର୍ମିତ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ ଜିଏସ୍‌ଟି/ଆଇଜିଏସ୍‌ଟି ଛାଡ଼କୁ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବର୍ଷକୁ ୨ କୋଟି କାରବାର ଲାଗି ଜିଏସ୍‌ଟି ରିଟର୍ନ ଦାଖଲକୁ ପ୍ରତ୍ୟାହାର କରାଯାଇଛି। ୧୦-୧୨ ସିଟ୍‌ ଥିବା ପେଟ୍ରୋଲ ଗାଡ଼ିର ସେସ୍‌କୁ ୧% ଓ ଡିଜେଲ ଗାଡ଼ି ଉପରେ ୩%କୁ ଜିଏସ୍‌ଟି ହ୍ରାସ କରାଯାଇଛି। ସେହିପରି ଜିପ୍ସର ଜିଏସ୍‌ଟି ହାର ୧୮ରୁ ୧୨%କୁ କମାଯାଇଛି। ଏଣିକି ହୀରା ଜବ୍‌ ଓ୍ବାର୍କ ଉପରେ ୧.୫% ଜିଏସ୍‌ଟି ଆଦାୟ କରାଯିବ। ଅକ୍ଟୋବର ପହିଲାରୁ ନୂଆ ନିଷ୍ପତ୍ତି ଲାଗୁ ହେବ ବୋଲି ସୀତାରାମନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri