Categories: ଫୁରସତ

ଜାହାଜରୁ ଖସିପଡ଼ିଲେ ମହିଳା: ବଞ୍ଚାଇବା ପାଇଁ ୪୦ ଫୁଟରୁ ଡେଇଁଲେ କ୍ୟାପ୍‌ଟେନ

ମିଆଁମାର: ଡାଲା ପୋର୍ଟରେ ଜଣେ ମହିଳା ଜାହାଜରୁ ଖସି ୟଙ୍ଗୁନ ନଦୀରେ ପଡ଼ିଗଲେ। ତାଙ୍କୁ ବଞ୍ଚାଇବା ପାଇଁ ୬୦ ବର୍ଷୀୟ କ୍ୟାପ୍‌ଟେନ୍‌ ୪୦ ଫୁଟ ଉଚ୍ଚରୁ ଡେଇଁ ତାଙ୍କ ଜୀବନ ରକ୍ଷା କରିଲେ। କ୍ୟାପ୍‌ଟେନ୍‌ ୟୁ ମାଏଣ୍ଟ କୁହନ୍ତି, ଆମ ଜାହାଜ ଡାଲା ପୋର୍ଟରୁ ଛାଡ଼ିଥିଲା। ସେତେବେଳେ ୩୪ ବର୍ଷୀୟ ମହିଳା କିନ୍‌ ଚାନ୍‌ ମ୍ୟା ଜାହାଜରୁ ଖସିପଡ଼ିଥିଲେ। ଯେଉଁଠି କିନ୍‌ ପଡ଼ିଗଲେ ବିପରୀତ ଦିଗରୁ ଆଉ ଗୋଟିଏ ଜାହାଜ ଆସୁଥିଲା। ଯଦି ମୁଁ ନ ବଞ୍ଚାଇଥାନ୍ତି ତେବେ ଉକ୍ତ ଜାହାଜଟି ତାଙ୍କୁ ଧକ୍କା ଦେଇଥା’ନ୍ତା।

ସେ ଆହୁରି କହନ୍ତି, ୪୦ ବର୍ଷ ହେଲା ଜାହାଜରେ କାମ କରିଆସୁଛି। ଏତେ ବର୍ଷ ମଧ୍ୟରେ କେତେ ଲୋକଙ୍କ ଜୀବନ ବଞ୍ଚାଇଲିଣି ତା’ର ସଂଖ୍ୟା ମଧ୍ୟ ଭୁଲିଗଲିଣି। ଏବେ ବୁଢ଼ା ହୋଇଗଲିଣି। ଯଦି ଏବେ ମୁଁ ମରିଯାଏ ତେବେ ଠିକ୍‌। କିନ୍ତୁ କେହି ଯୁବାବସ୍ଥାରେ ବୁଡ଼ି ନ ଯାଉ ଭାବି ଅନ୍ୟମାନଙ୍କ ଜୀବନ ମଁୁ ରକ୍ଷା କରିଥାଏ।

Share