ଜାଲ୍‌ନୋଟ କାରବାର : ଜଣେ ଅଭିଯୁକ୍ତ ଗିରଫ

ରାୟଗଡ଼ା ଅଫିସ,୯।୧୧: ରାୟଗଡ଼ା ଜିଲା ଟିକିରି ଥାନା ଅନ୍ତର୍ଗତ ହରିଜନ ସାହିର ଦେବଜହନ ନାୟକ(୨୫)ନାମକ ଜଣେ ଯୁବକ ସୁନାମୁଦି ସାହିରେ ଏକ ଘରଭଡ଼ା ନେଇ ଜାଲ୍‌ନୋଟ କାରବାର କରୁଥିଲେ। ଟିକିରି ଥାନା ଆଇଆଇସି ସୁଜ୍ଞାନୀ ସାହୁ କୌଣସି ସୂତ୍ରରୁ ଖବର ପାଇ ଶୁକ୍ରବାର ଘଟଣାସ୍ଥଳରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଘଟଣାସ୍ଥଳରୁ ୧୧୫ଟି ୨ ହଜାର ଟଙ୍କିଆ ଜାଲ୍‌ ନୋଟ୍‌ ଜବତ କରାଯାଇଛି। ଟକିରି ଥାନାରେ କେସ ନମ୍ବର ୧୩୨/୧୯ରେ ଏକ ମାମଲା ରୁଜୁ କରାଯାଇଥିବା ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ଶର୍ବଣା ବିବେକ ଏମ୍‌ ସୂଚନା ଦେଇଛନ୍ତି। ଉକ୍ତ ସମ୍ମିଳନୀରେ ଏସ୍‌ଡିପିଓ ତପନ ନାରାୟଣ ରଥଙ୍କ ସହ ଟିକିରି ଥାନା ଆଇଆଇସି ସୁଜ୍ଞାନୀ ସାହୁ ଉପସ୍ଥିତ ଥିଲେ।