Categories: ଜାତୀୟ

ଜାଲିଆନଓ୍ବାଲା ବାଗ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜାଲିଆନଓ୍ବାଲା ବାଗ ହତ୍ୟାକାଣ୍ଡର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏମାନଙ୍କ ବିରତ୍ୱ ଯୁଗ ଯୁଗ ଧରି ଭାରତବାସୀଙ୍କୁ ପ୍ରେରଣା ଦେବ ବୋଲି ମୋଦି କହିଛନ୍ତି। ଏହାସହ ମୋଦି ଟୁଇଟ୍‌ କରି କହିଛନ୍ତି ଜାଲିଆନଓ୍ବାଲା ବାଗ ଶହୀଦଙ୍କ ନିକଟରେ ମୁଁ ମୁଣ୍ଡ ନୁଆଉଁଛି। ଆମେ ସେମାନଙ୍କର ବୀରତ୍ୱ ଓ ବଳିଦାନକୁ କେବେ ଭୁଲି ପାରିବା ନାହିଁ। ସୂଚନାଯୋଗ୍ୟ, ୧୯୧୯ରେ ବ୍ରିଗେଡିୟର ଜେନରାଲ ଡାୟରଙ୍କ ନିର୍ଦ୍ଦେଶ କ୍ରମେ ବ୍ରିଟିଶ ସେନା ଅମୃତସରର ଜାଲିଆନଓ୍ବାଲା ବାଗରେ ବୈଶାଖୀ ପାଇଁ ଏକାଠି ହୋଇଥିବା ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ଅତିକମ୍‌ରେ ୪ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆହତ ମଧ୍ୟ ହୋଇଥିଲେ।

Share