ଜାରି ହେବନି ଉପଭୋକ୍ତା ଖର୍ଚ୍ଚ ସର୍ଭେ

ନୂଆଦିଲ୍ଲୀ,୧୬-୧୧: ଦେଶ ମଧ୍ୟରେ କଞ୍ଜ୍ୟୁମର ସ୍ପେଣ୍ଡିଂ (ଉପଭୋକ୍ତା ଖର୍ଚ୍ଚ) ସର୍ବନିମ୍ନ ସ୍ତରକୁ ଖସିଥିବା ଏକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସରକାର ଶୁକ୍ରବାର ସଂଧ୍ୟାରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ରିପୋର୍ଟ ତଥ୍ୟର ଗୁଣବତ୍ତା ଠିକ୍‌ ନ ଥିବା କାରଣରୁ ୨୦୧୭-୧୮ ବର୍ଷର ଉପଭୋକ୍ତା ଖର୍ଚ୍ଚ ସର୍ଭେକୁ ସରକାର ଜାରି କରିବେ ନାହିଁ ବୋଲି କୁହାଯାଇଛି। ଗ୍ରାମାଞ୍ଚଳରେ ଚାହିଦା କମିବାରୁ ୪ ଦଶନ୍ଧି ମଧ୍ୟରେ ପ୍ରଥମଥର ଲାଗି କଞ୍ଜ୍ୟୁମର ସ୍ପେଣ୍ଡିଂ ସର୍ବନିମ୍ନ ସ୍ତରକୁ ଖସିଥିବା ଗଣମାଧ୍ୟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଯାହାକୁ ସରକାର ଖଣ୍ଡନ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଡାଟାର ପୁନଃନିରୀକ୍ଷଣ ଲାଗି ଏକ ବିଶେଷ ପ୍ରକ୍ରିୟାର ସହାୟତା ନିଆଯାଇଥାଏ। ଯେଉଁ ଥିରେ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ୱ ସହ ଗ୍ରହଣ କରାଯାଏ। ଏହା ପରେ ଏହାର ମୂଲ୍ୟାଙ୍କନ ହୋଇଥାଏ। ଏନ୍‌ଏସ୍‌ଏସ୍‌ଓର ସବୁ ସର୍ଭେ ରିପୋର୍ଟକୁ ଏକତ୍ର କରିବା ପରେ ପୁଣି ଥରେ ଏହାର ଜଟିଳ ମୂଲ୍ୟାୟନ କରାଯାଏ। ସବୁ ପ୍ରକ୍ରିୟା ଶେଷ ହେବା ପରେ ଯାଇ ଏହାକୁ ସାର୍ବଜନୀନ କରାଯାଇଥାଏ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏନ୍‌ଏସ୍‌ଓ ପକ୍ଷରୁ ନିକଟରେ ହୋଇଥିବା ଖାଉଟି ଖର୍ଚ୍ଚ ସର୍ଭେ ‘ କି ଇଣ୍ଡିକେଟର୍ସ, ହାଉସହୋଲ୍ଡ କଞ୍ଜ୍ୟୁମର ଏକ୍ସପେଣ୍ଡିଚର ଇନ୍‌ ଇଣ୍ଡିଆ’ ସର୍ଭେ ମୁତାବକ, ୨୦୧୭-୧୮ ଆର୍ଥତ୍କ ବର୍ଷରେ ଜଣେ ଲୋକର ମାସିକ ହାରାହାରି ଖର୍ଚ୍ଚ ୩.୭% ହ୍ରାସ ଘଟି ୧୪୪୬ ଟଙ୍କା ରହିଛି। ଏହା ଆର୍ଥତ୍କ ବର୍ଷ ୨୦୧୧-୧୨ରେ ୧୫୦୧ ଟଙ୍କା ରହିଥିଲା। ସର୍ଭେ ମୁତାବକ ୨୦୧୧-୧୨ରେ ବ୍ୟକ୍ତି ପିଛା ମାସିକ ଖର୍ଚ୍ଚ ୧୩% ବଢିଥିଲା। ଏହି ଅଭିବୃଦ୍ଧି ଏହାର ପୂର୍ବ ଦୁଇ ବର୍ଷରେ ହାସଲ ହୋଇଥିଲା। ୨୦୦୯-୧୦ କୁ ମୂଳ ବର୍ଷ ଭାବେ ଧରି ମୁଦ୍ରାସ୍ଫୀତିକୁ ଏଥିରେ ବିଚାର କରାଯାଇଛି। ବର୍ତ୍ତମାନର ସର୍ଭେ ୨୦୧୭ ଜୁଲାଇଠାରୁ ଜୁନ ୨୦୧୮ ମଧ୍ୟରେ କରାଯାଇଛି। ଗତ ୬ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ବ୍ୟକ୍ତିଗତ ଖର୍ଚ୍ଚ ୮.୮% ହାରରେ କମିଛି। ସେହିଭଳି ସହରାଞ୍ଚଳରେ ଏହି ଖର୍ଚ୍ଚ ୨% ହାରରେ କମିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ: ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ

ଭୁବନେଶ୍ବର,୧୩।୨: ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଯୋଗୁଁ ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଶୁକ୍ରବାର ମଲ୍ଟି କମୋଡିଟି…

ବିଶ୍ୱ ବଜାରରେ କମିଲା ତୈଳ ଦର, ଭାରତରେ କମିବ କି ?

ନୂଆଦିଲ୍ଲୀ,୧୩।୨: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ତୈଳ ଦର କ୍ରମାଗତ ଦ୍ୱିତୀୟ ସପ୍ତାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri