Categories: ଜାତୀୟ

ଜାମ୍ମୁ-କଶ୍ମୀରରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୪।୬: ଜମ୍ମୁ-କଶ୍ମୀରର ପୁଲଓ୍ବମାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍‌ୟରେ ଲଢେଇ ଜାରି ରହିଛି। ଶୁକ୍ରବାର ସକାଳୁ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାସହ ହିଜବୁଲ ମୁଜାହିଦ୍ଦିନର ଡେପୁଟୀ ଚିଫ୍‌ଙ୍କୁ ମଧ୍ୟ ଘେରିବାରେ ସଫଳ ହୋଇଛି ପୋଲିସ। ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ସରକାରଙ୍କ ପକ୍ଷରୁ ଅପରେଶନ ଅଲଆଉଟ ଆରମ୍ଭ କରାଯାଇଛି। ଏପର୍ଯ୍ୟନ୍ତ ଏହି ଅପରେଶନରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ମରାଗଲାଣି।

Share